Pratidin TV

Odisha's Digital News Platform

ଏସଟି ଜେମସ୍ କନଭେଣ୍ଟ ସ୍କୁଲରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ

1 min read

ଜଳେଶ୍ୱର : ଜଳେଶ୍ଵର ବ୍ଲକ ବଜାର ସ୍ଥିତ ଏସଟି ଜେମସ୍ କନଭେଣ୍ଟ ସ୍କୁଲ ହଷ୍ଟେଲରେ ରାଗିଂ ଯୋଗୁଁ ସୋମବାର ସକାଳେ ଜଣେ ଛାତ୍ର କାହାକୁ କିଛି ନଜଣାଇ ହଷ୍ଟେଲ ଛାଡିଥିବା ଅଭିଯୋଗ ହୋଇଛି। ଏନେଇ ଖବର ପାଇବା ପରେ ଜଳେଶ୍ଵର ପୁଲିସ ସହରର ଷ୍ଟେସନ ବଜାର ସ୍ଥିତ ସୁବର୍ଣ୍ଣରେଖା ହୋଟେଲ ରୁ ଏହି ଛାତ୍ରକୁ ଉଦ୍ଧାର କରିଛି। ଛାତ୍ର ଜଣକ ବିହାର ପ୍ରଦେଶର ସୀତାମାରୀ ଅଞ୍ଚଳର ବିଜୟ କୁମାରଙ୍କ ପୁତ୍ର ହର୍ଷ କୁମାର (୧୪) ବୋଲି ଜଣା ପଡିଛି। ହର୍ଷ ଏହି କନଭେଣ୍ଟ ସ୍କୁଲରେ ସପ୍ତମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ .ସ୍କୁଲ ହଷ୍ଟେଲରେ ରହି ପାଠ ପଢନ୍ତି।

ଆଜି ସକାଳ ୬ ଟା ସମୟରେ ହଠାତ୍ ସେ କାହାକୁ କିଛି ନ ଜଣାଇ ହଷ୍ଟେଲରୁ ଚାଲିଆସି ସୁବର୍ଣ୍ଣରେଖା ହୋଟେଲରେ ପହଞ୍ଚି ନିଜ ବାପା ବିଜୟ କୁମାରଙ୍କ ସହ ଫୋନରେ ଯୋଗାଯୋଗ କରିଥିଲା।ଏନେଇ ହୋଟେଲ କର୍ତ୍ତୁପକ୍ଷ ମଧ୍ୟ ଜଳେଶ୍ଵର ଥାନାକୁ ଜଣାଇ ଦେଇଥିଲେ। ତେବେ ପୂର୍ବାହ୍ନରେ ହଷ୍ଟେଲରେ ପ୍ରାର୍ଥନା ସମୟରେ ଏହି ଛାତ୍ର ଜଣଙ୍କ ଅନୁପସ୍ଥିତ ଥିବାରୁ ସ୍କୁଲ କର୍ତ୍ତୃପକ୍ଷ ଏଣେତେଣେ ଖୋଜାଖୋଜି କରିଥିଲେ ମଧ୍ୟ ପତ୍ତା ପାଇନଥିଲେ। ଏହାପରେ ଜଳେଶ୍ଵର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମଧ୍ୟାହ୍ନ ସମୟରେ ଉକ୍ତ ହୋଟେଲରୁ ଛାତ୍ରଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ଥାନାରେ ଛାତ୍ରଙ୍କୁ ପଚାରାଉଚୁରା କରିବା ପରେ ତାଙ୍କୁ ହଷ୍ଟେଲର ନିର୍ଦ୍ଦିଷ୍ଟ କିଛି ଛାତ୍ର ରାଗିଂ ଓ ନିର୍ଯାତନା ଦେଉଥିଲେ ବୋଲି ପ୍ରକାଶ କରିଛନ୍ତି।

Advertisement

ଏପରିକି ହଷ୍ଟେଲରେ ଓ୍ବାର୍ଡେନ ମଧ୍ୟ ଛାତ୍ର ଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ନିୟମିତ ହଇରାଣ କରୁଥିଲେ ଓ ବିଭିନ୍ନ ସେବା ଯୋଗାଇବା ପାଇଁ ଅର୍ଥ ଦାବି କରୁଥିଲେ ବୋଲି ଛାତ୍ର ଜଣକ ପୁଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ସୂଚନା ଦେଇଛନ୍ତି। ଏସମ୍ପର୍କରେ ଛାତ୍ରଙ୍କ ବାପାମାଆଙ୍କ ସହ ଯୋଗାଯୋଗ କଲାରୁ ସେମାନେ ମଧ୍ୟ ତାଙ୍କ ପୁଅକୁ କିଛି ସହପାଠୀ ଓ ସିନିଅର ଛାତ୍ର ରାଗିଂ କରୁଥିବା ଓ ଏଦିଗରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ନେଇ ବର୍ଷିଛନ୍ତି। ବାପାମା ଆଜି ସକାଳ ଜଳେଶ୍ଵର ଥାନାରେ ପହଞ୍ଚି ପିଲାଙ୍କୁ ନେଇ ସ୍କୁଲ ଯାଇଥିଲା ବେଳେ ଛାତ୍ରଙ୍କ ସାନଭାଇ ମଧ୍ୟ ଏହି ସ୍କୁଲରେ ପାଠ ପଢୁଛନ୍ତି ବୋଲି ଜଣା ପଡିଛି।ଏନେଇ ସ୍କୁଲ ତରଫରୁ ଥାନାରେ ଅଭିଯୋଗ କରିଥିବା ସିଷ୍ଟର ପ୍ରିତୀ ଭର୍ଗୀସ ଙ୍କ ସହ ଯୋଗାଯୋଗ କଲାରୁ ସେ ନିଜେ ପ୍ରତିକ୍ରିୟା ନ ରଖି ହଷ୍ଟେଲ ୱାଡେନ ଙ୍କୁ ପ୍ରତିକ୍ରିୟା ରଖିବାକୁ କହିଥିଲେ ।

Leave a Reply

Your email address will not be published. Required fields are marked *