Pratidin TV

Odisha's Digital News Platform

ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଯାଞ୍ଚ ଓ ଗଣତି ଲାଗି ଗଠନ ହୋଇଛି ନୂଆ ୧୬ ଜଣିଆ କମିଟି

1 min read

ଖୋଲିବ ରତ୍ନଭଣ୍ଡାର | ଗଠନ ହେଲା ୧୬ ଜଣିଆ କମିଟି | ରାଜ୍ୟ ସରକାର ଗଠନ କଲେ ନୂଆ କମିଟି | ପୁର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ କମିଟିର ହେଲେ ଅଧକ୍ଷ | ସେପଟେ ୧୬ ଜଣିଆ କମିଟିର ସଦସ୍ୟଙ୍କ ତାଲିକା ପ୍ରକାଶ ପାଇବା ପରେ ଦେଖା ଦେଇଛି ବିଭିନ୍ନ ଦେଶରୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି କମିଟିରେ ରଖାଯାଇଛି |

ତେବେ କମିଟିରେ ରଖାଯାଇଛି, ଡାକ୍ତର ସିବିକେ ମହାନ୍ତି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ, ଅବସରପ୍ରାପ୍ତ ଆଇଏଏସ ଜଗଦୀଶ ମହାନ୍ତି, ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର, ସ୍ବାମୀ ପ୍ରଜ୍ଞାନନ୍ଦ ଜୀ, ହରିହର ହୋତା, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଶ୍ରୀ ଶ୍ରୀ ଗଜପତି ମହାରାଜଙ୍କ ପ୍ରତିନିଧି, ଏଏସଆଇର ପ୍ରତିନିଧି, ମଧୁସୂଦନ ସିଂହାରୀ, ଜନାର୍ଦ୍ଦନ ପଟ୍ଟଯୋଶୀ ମହାପାତ୍ର, ଜଗନ୍ନାଥ ଦାସ ମହାପାତ୍ର, ସୌମେନ୍ଦ୍ର ମୁଦୁଲି, ପୁରୀ ଜିଲ୍ଲାପାଳ । ସେହିପରି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ରହିବେ ମେମ୍ବର କନଭେନର ।

Advertisement

Leave a Reply

Your email address will not be published. Required fields are marked *