Pratidin TV

Odisha's Digital News Platform

ମଟରସାଇକେଲ ପାଇଁ ଜୀବନ ହାରିଲେ ନବବଧୂ

1 min read

ଶାଶୁଘର ଲୋକ ଯୌତୁକ ପାଇଁ ମଟରସାଇକେଲ ଦାବି କରି ନବବଧୂକୁ ବାରମ୍ବାର ନିର୍ଯ୍ୟାତନା ଦେଉଥିଲା | ନିର୍ଯ୍ୟାତନା ସହି ନ ପାରି ପାଇଁ ଜୀବନ ହାରିଲେ ନବବଧୂ | ଏପରି ଅଭାବନୀୟ ଘଟଣା ଘଟିଛି ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍କୁଲ ଘେରି ଗ୍ରାମରେ |

ରାଜନଗର ବ୍ଲକ୍ ଗୁପ୍ତି ପଞ୍ଚାୟତର ଅଶୋକ ଗାଇନିଙ୍କ ଝିଅ ରେଖା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍କୁଲ ଘେରି ଗ୍ରାମର ଅମଲ ବିଶ୍ବାସଙ୍କ ପୁଅ ଲକ୍ଷ୍ମୀ କାନ୍ତ ବିଶ୍ବାସକୁ ବିବାହ କରିଥିଲେ | ବିବାହ ପରେ ୨ମାସ ଦାମ୍ପତ୍ୟ ଜୀବନ ଠିକ୍ ଠାକ୍ ଚାଲିଥିଲା | ମାତ୍ର ମଟରସାଇକେଲ ଯୌତୁକ ଦେବା କଥା କହି ବାପଘର ଲୋକମାନେ ଦେବାକୁ ଅକ୍ଷମ ହୋଇପଡ଼ିଥିଲେ | ମଟରସାଇକେଲ ଦେବାକୁ ବିଳମ୍ବ କରିବାରୁ ଏନେଇ ନବବଧୂ ରେଖାକୁ ସ୍ବାମି, ଶଶୁର,ଶାଶୁ ଦେଉଥିଲେ ନିର୍ଯ୍ୟାତନା | ଶେଷରେ, ନବବଧୂର ମା ହେବାର ସୌଭାଗ୍ୟ ମଧ୍ୟ ହରାଇବସିଥିଲେ | ଶେଷରେ ଯୌତୁକ ଜୁଇରେ ଜଳିଗଲା ରେଖାର ଜୀବନ | ଶାଶୁ ଘର ଲୋକ ଆତ୍ମହତ୍ୟା କହୁଥିଲା ବେଳେ ଝିଅକୁ ମାରିଦେଇଥିବା ବାପଘର ଲୋକ ଆଣିଛନ୍ତି ଅଭିଯୋଗ | ଏନେଇ ଜମ୍ବୁ ସାମୁଦ୍ରିକ ଥାନାରେ ପୋଲିସ ମାମଲା ରୁଜୁ କରି ସ୍ବାମି ଲକ୍ଷ୍ମୀକାନ୍ତ ବିଶ୍ବାସକୁ ଅଟକ ରଖି ତଦନ୍ତ କରୁଛି |

Advertisement

Leave a Reply

Your email address will not be published. Required fields are marked *