Pratidin TV

Odisha's Digital News Platform

କଣ୍ଠଶିଳ୍ପୀ ସୌରୀନଙ୍କ ବିରୁଧରେ ଜାରି ହେବ ନନ୍ ବେଲେବୁଲ ୱାରେଣ୍ଟ…

1 min read

କଟକ ; କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡ଼ୁଆ। ସୌରୀନଙ୍କ ବିରୁଧରେ ଜାରିହେବ ଏନବିଡବ୍ଲୁ। କୋର୍ଟରେ ଆବେଦନ କରିବ କମିଶନରେଟ ପୋଲିସ୍। ଏନେଇ ସୂଚନା ଦେଲେ କଟକ ଡିସିପି। ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ ଓଲିଉଡ ଗାୟକ ସୌରୀନ ଭଟ୍ଟଙ୍କ ନାମରେ ମାମଲା ଦାୟର ହୋଇଛି। କାଷ୍ଟିଙ୍ଗ୍କାଉଚ୍ ଅଭିଯୋଗ ସୌରିନଙ୍କ ଉପରେ ଆସିଥିଲା।

ପୀଡିତା ମହିଳା ତାଙ୍କ ବିରୁଦ୍ଧରେ ମିଛ ପ୍ରତିଶୃତି ଏବଂ ଶାରିରୀକ ଉତ୍ପିଡନର ମାମଲା ଦାୟର କରିଥିଲେ। ଏହାପରେ ଗାୟବ ହୋଇଯାଇଥିଲେ ସୌରିନ । କିଛିଦିନ ପୂର୍ବରୁ ସୋରିନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଥିବା ବେଳେ ବର୍ତ୍ତମାନ କୋର୍ଟରେ ଏନବିଡବ୍ଲ୍ୟୁ ପାଇଁ ଆବେଦନ କରିବ କଟକ ପୋଲିସ ।

Advertisement

Leave a Reply

Your email address will not be published. Required fields are marked *