ପ୍ରେମ ନିବେଦନ ପ୍ରତ୍ୟାଖାନ କରିବାରୁ ଯୁବତୀକୁ ଜୀବନରୁ ମାରିଦେବାକୁ ଉଦ୍ୟମ କଲା ଏକ ତରଫା ପ୍ରେମିକ
1 min readଏକ ତରଫା ପ୍ରେମର କରୁଣ ପରିଣତି । ପ୍ରେମରେ ବିଫଳ ହେବା ପରେ ଯୁବତୀଙ୍କୁ ଗାଡି ଚଢ଼େଇ ହତ୍ୟା ଉଦ୍ୟମ। ବଡ଼ ଭଉଣୀଙ୍କୁ ପ୍ରେମ କରୁଥିଲେ ସାନ ଭଉଣୀ ବିରୋଧ କରିବାରୁ ରାସ୍ତାରେ ହଟେଇବା ପାଇଁ ନୃଶଂସ ପ୍ରେମିକର ଯୋଜନା । ଅଳ୍ପକେ ବାର୍ତ୍ତିଲେ ଯୁବତୀ। ରଙ୍ଗିଲା ପ୍ରେମିକ କୁ ଗିରଫ କଲା ଇନ୍ଫସିଟି ପୋଲିସ। CCTV ରେ କଏଦ ହେଲା ସମସ୍ତ ଦୃଶ୍ୟ।
ପଟିଆ ରେଲୱେ ଷ୍ଟେସନ୍ ଅଞ୍ଚଳରେ ରହୁଥିବା ଅଭିଯୁକ୍ତ ଅକ୍ଷୟ କୁମାର ବେହେରା ସ୍ଥାନୀୟ ଅଞ୍ଚଳର ଜଣେ ବିବାହିତ ଯୁବତୀଙ୍କୁ ଏକ ତରଫ ପ୍ରେମ କରୁଥିଲେ । ବାରମ୍ବାର ଅକ୍ଷୟ ଯୁବତୀଙ୍କୁ ପ୍ରେମ ନିବେଦନ କରୁଥିଲେ ।କିନ୍ତୁ ମହିଳା ଜଣଙ୍କ ବିବାହିତ ହେଇଥିବାରୁ ପ୍ରେମ ନିବେଦକ ଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ । ଦୁର୍ଘଟଣା ସମ୍ମୁଖୀନ ହେଇଥିବା ଯୁବତୀଙ୍କ ବଡ ଭଉଣୀ ବିବାହିତା ହୋଇଥିବରୁ ଅକ୍ଷୟ ଙ୍କୁ ବିରୋଧ କରୁଥିଲେ ଯୁବତୀ । ପ୍ରେମ ଘଟଣାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ଝଗଡ଼ା ହେବା ସହ ଶତ୍ରୁତା ଲାଗିରହିଥିଲା । ଅକ୍ଷୟ ଦୁର୍ଘଟଣା ସମ୍ମୁଖୀନ ହେଇଥିବା ଯୁବତୀଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ ।
ଗତକାଲି ଶନିବାର ସନ୍ଧ୍ୟାରେ ଯୁବତୀ ପଟିଆ ସ୍ଥିତ କର୍ମସ୍ଥଳରୁ ସ୍କୁଟି ରେ ଘରକୁ ଫେରିବା ବେଳେ ପଟିଆ-ସିପିଇଟି ରାସ୍ତାରେ, ଅଭିଯୁକ୍ତ ଜଣକ ନିଜ ପିକଅପ ଭ୍ୟାନକୁ ଦ୍ରୁତଗତିରେ ଆଣି ସ୍କୁଟିକୁ ପଛପାଖରୁ ଖୁବ ଜୋରସେ ଧକା ଦେଇଥିଲେ । ଫଳରେ ଯୁବତୀ ସ୍କୁଟି ସହ ତଳେ ପଡ଼ିଯିବା ପରେ ଅଭିଯୁକ୍ତ ତାଙ୍କୁ ନିଜ ଗାଡିରେ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲେ । ସ୍ଥାନୀୟ ଲୋକ ଏହା ଦେଖି ଭୟଭୀତ ହୋଇଯାଇଥିଲେ ।
ଅଭିଯୁକ୍ତ ଅକ୍ଷୟ ଘଟଣା ଘଟିବା ପରେ ଥାନାରେ ଗାଡ଼ି ସହ ଆତ୍ମସମର୍ପଣ କରିଥିଲା । ନିଶା ଶକ୍ତ ଅବସ୍ଥାରେ ଯୁବତୀଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲା । ପ୍ରେମରେ ବିଫଳ ଓ ମହିଳାଙ୍କ ସାନ ଭଉଣୀ ବିରୋଧ କରିବାରୁ ରାଗରେ ଏଭଳି କାଣ୍ଡ କରିଛି ବୋଲି ପୋଲିସ ସାମ୍ନାରେ ସତ ମାନିଥିଲ। ଇନ୍ଫସିଟି ପୋଲିସ ଗିରଫ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।