Pratidin TV

Odisha's Digital News Platform

ବାପା-ମା କୁ ଖେତରୁ ଖାଇବା ଦେଇ ଫେରୁଥିଲେ କୁନି ଝିଅ……ରାସ୍ତାରେ କୁକୁର କିଲବିଲ କରି କାମୁଡି ମାରିଦେଲେ

ବୁଲା କୁକୁରଙ୍କ ଶିକାର ହେଲେ ୧୨ ବର୍ଷୀୟ ନାବାଳିକା | ଛିନ ବିଛିନ୍ନ କରି କାମୁଡି ଜୀବନ ନେଇଗଲେ ବୁଲା କୁକୁର | ଏପରି ଏକ ଲୋମଟାଙ୍କୁରା ଘଟଣା ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲାର ଲୋଟଖେଡି ଗାଁରେ ଘଟିଛି |

ସୂଚନା ମୁତାବକ, ଭୋକପୁର ପୋଲିସ ଷ୍ଟେସନସ୍ଥିତ ଲୋକେଶ୍ୱନାଥ ଏବଂ ତାଙ୍କ ସ୍ତ୍ରୀ ଚାଷ କରୁଥିଲେ | ଏହି ସମୟେ ତାଙ୍କ ୧୨ ବର୍ଷୀୟ ଝିଅ ତନିଶା ଦିନ ପ୍ରାୟ ୧ ଟେ ବେଳେ ଚାଷ ଜମିରେ ପହଞ୍ଚିଥିଲା | ଖାଇବା ଦେଇ ଫେରିବା ସମୟରେ ବୁଲା କୁକୁର କୁନି ଝିଅ ଉପରେ କରିଥିଲେ ଆକ୍ରମଣ | ସୂଚନା ପାଇବା ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଝିଅକୁ ଦେଖି ତାକୁ ତୁରନ୍ତ ମେଡିକାଲ ନେଇଯାଇଥିଲେ | ଯେଉଁଥରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ | କୁକୁରମାନେ ହାତ,ଗୋଡ଼, ପେଟ, ଅଣ୍ଟାରେ ବହୁତ ଗଭୀର ଆଘାତ ହୋଇଥିଲା | ଏହି ଖବର ପ୍ରଚାରିତ ହେବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି।

Leave a Reply

Your email address will not be published. Required fields are marked *