ଆସିଲେ ଚନ୍ଦ୍ରବାବୁ ମାଟିରେ ମିଶିବ ଜଗନମୋହନଙ୍କ ଉଆସ !
1 min readଦିନେ ଜଗନ ଭାଙ୍ଗିଥିଲେ ଚନ୍ଦ୍ରାବାବୁଙ୍କ ଘର | ଏଥର ଚନ୍ଦ୍ରବାବୁଙ୍କ ପାଳି | ମାଟିରେ ମିଶିବ କି ଜଗନମୋହନଙ୍କ ଉଆସ | ସମୁଦ୍ର କୂଳରେ ରହିଛି ୫00 କୋଟିର ହିଲ ପ୍ୟାଲେସ | ଏବେ ରୁଷିକୋଣ୍ଡା ହିଲ ପ୍ୟାଲେସକୁ ନେଇ ବେଶ ସରଗରମ ହେଉଛି ଆନ୍ଧ୍ର ରାଜନୀତି |
ରାଜ୍ୟରେ କ୍ଷମତାକୁ ଆସିଥିବା ତେଲୁଗୁ ଦେଶମ ପାର୍ଟି ପୂର୍ବତନ ମୁଖ୍ୟମନ୍ତ୍ରୀ YSRCP ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି | TDP କହିଛି ଜଗନମୋହନ ବିଶାଖାପାଟନମର ରୁଷିକୋଣ୍ଡା ହିଲ ଉପରେ ୫00 କୋଟି ଟଙ୍କା ଖର୍ଚ୍ଚ କରି ବିଳାସପୂର୍ଣ୍ଣ ପ୍ରସାଦ ନିର୍ମାଣ କରିଛନ୍ତି | ଯାହାକୁ ବଡ଼ ବ୍ୟାରିକେଡ଼ ଲଗାଇ ଲୁଚେବାକୁ ମଧ୍ୟ ଚେଷ୍ଟା କରିଛନ୍ତି |
ଏହି ବିଳାସପୂର୍ଣ୍ଣ ଉଆସରେ ରହିଛି ୪0 ଲକ୍ଷର ବାର୍ଥଟବ, ୧୨ ଲକ୍ଷର କମୋଡ଼, ଯାହା ଏବେ ବିବାଦରେ ଛନ୍ଦି ହୋଇଯାଇଛି | ସେପଟେ ଏହି ପ୍ରାସାଦକୁ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ମଧ୍ୟ ବ୍ୟବହାର କରାଯିବ ସହ ଏହାର ଅନ୍ୟ ସଦୁପଯୋଗ କରାଯାଇପାରିବ ବୋଲି YSRCP ପକ୍ଷରୁ କୁହାଯାଇଛି | ଏହି ପ୍ରାସାଦଟି ବିଶାଖାପାଟନମର ରୁଷିକୋଣ୍ଡା ପର୍ବତ ଉପରେ ପ୍ରାୟ ୧0 ଏକର ଜମିରେ ତିଆରି କରାଯାଇଛି | ଏହି ବିଳାସପୂର୍ଣ୍ଣ ଉଆସଟି ଜଗନମୋହନଙ୍କର ବୋଲି ଅଭିଯୋଗ କରିଛି ଶଶାସକ TDP |
ଆନ୍ଧ୍ରପ୍ରଦେଶରେ ଆର୍ଥିକ ଅବସ୍ଥା ଭଲ ନାହିଁ, ରାଜ୍ୟ ୧୨ ଲକ୍ଷ କୋଟି ଟଙ୍କା ଋଣରେ ବୁଡି ରହିଛି | ଏହି ସମୟରେ ସରକାରୀ ଅର୍ଥରେ ଏପରି ବ୍ୟୟବହୁଳ ଘର ବନାଇବାକୁ ନେଇ ଜଗନମୋହନଙ୍କୁ ଘେରିଛି TDP | ଏହି ଉଆଁସର ନିର୍ମାଣ ପାଇଁ ଜଗନମୋହନଙ୍କ ସମ୍ପର୍କୀୟଙ୍କୁ ଠିକା ଦିଆ ଯାଇଥିଲା | କିନ୍ତୁ TDP ର ଏହି ଅଭିଯୋଗକୁ ଖଣ୍ଡନ କରିଛି ଜଗନଙ୍କ ଦଳ YSRCP |