Pratidin TV

Odisha's Digital News Platform

ସ୍କୁଲ ମାଟି ମାଡି ନ ଥିବା ବ୍ୟକ୍ତି ଆଜି ଓଡିଶାର ବିଧାୟକ ପ୍ରାର୍ଥୀ

1 min read

ସ୍କୁଲ ମାଟି ମାଡ଼ିନାହାନ୍ତି ବିଧାୟକ ପାର୍ଥୀ | ଚାଷ କରି ପେଟ ପୋଷୁଥିବା ବେଳେ ଉଠାଉଛନ୍ତି ପରିବର୍ତ୍ତନର ସ୍ୱର | ୨ ଲକ୍ଷର ସମ୍ପତି ଥିବା ବେଳେ ପାଖରେ ଅଛି ମାତ୍ର ୧0 ହଜାର | ବ୍ରହ୍ମପୁରର CPI ସଂସଦ ପାର୍ଥୀ ପ୍ରକାଶ କିକକା ସ୍କୁଲ ମାଟି ମାଡି ନାହାନ୍ତି | ସେ ଜଣେ ଚାଷୀ ହୋଇଥିବା ବେଳେ ତାଙ୍କର ମୋଟା ସମ୍ପତି ୨ ଲକ୍ଷ ୭00 ଟଙ୍କା | ଆଉ ପାଖରେ ରହିଛି ନଗଦ ୧0 ହଜାରରୁ ଅଧିକ ଟଙ୍କା |

ଜଣେ ଶିକ୍ଷିତ ସାଂସଦ ହୋଇ ସମାଜକୁ ଶିକ୍ଷିତ କରିବା ସହ ଉନ୍ନତି ପଥରେ ନେଇଥାଏ | କିନ୍ତୁ ଜମା ସ୍କୁଲ ନ ଯାଇଥିବା ବ୍ୟକ୍ତି ବର୍ତ୍ତମାନ ସାଂସଦର ପାର୍ଥୀ ସାଜିଛନ୍ତି | ଜଣେ ଚାଷୀ ଏବେ ସମାଜକୁ ପରିବର୍ତ୍ତନ କରିବାର ନାରା ଦେଇଛନ୍ତି | ସେ ତାଙ୍କ ଜୀବନରେ ଚାଷ କରି ପେଟ ପଶିଛନ୍ତି | ଏବଂ ସେ ନିଜେ ଦେଖିଛନ୍ତି ଗାଁରେ ପାଣି ପାଇଁ ବିଜୁଳି ପାଇଁ କେତେ ସଂଘର୍ଷ କରୁଛନ୍ତି | ଶିକ୍ଷା ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ମହିଳାଙ୍କ ବିକାଶ ବ୍ୟବସ୍ଥା ନ କହିବା ଭଲ | ତେବେ ନିଜେ ଚାଳଛପର ଘରେ ରହି ଆଜି ସେ ପରିବର୍ତ୍ତନଏ ସ୍ୱର ଉଠାଇଛନ୍ତି | ଏବଂ ଲୋକଙ୍କୁ ସଠିକ ପାର୍ଥୀ ବାଛି ଭୋଟ ଦେବାକୁ ଲୋକଙ୍କୁ କରିଛନ୍ତି ନିବେଦନ |

Advertisement

Leave a Reply

Your email address will not be published. Required fields are marked *