Pratidin TV

Odisha's Digital News Platform

ମାଂସ ପରେ ଏବେ ପନିରର ପାଳି, ବଟର ପନିର ନମିଳିବାରୁ ବିବାହ ଭୋଜିରେ ଉଡ଼ିଲା ଚେୟାର , ଟେବୁଲ

1 min read

ସାଧାରଣତଃ ଆଜିକାଲି ଅଧିକାଂଶ ଭୋଜିଭାତରେ ନନ ଭେଜ ଆଇଟମ ଅଧିକ ହୋଇଥାଏ । ଭାରତରେ ଅଧିକ ଲୋକ ଆମିଷ ଖାଇବାକୁ ପସନ୍ଦ କରିଥାନ୍ତି ଆଉ ଭୋଜି ରେ ମାଂସ ନ ହୋଇଥାଏ ତେବେ ଲୋକ ଦଶ କଥା କହି ଥାନ୍ତି । ଅଧିକ ବାହା ଘରେ ଖାଦ୍ୟକୁ ନେଇକି ପୁଅ ଘର ଝିଅ ଘର ଭିତରେ ପାଟି ଲାଗି ଯାଇଥାଏ । ଖାସ କରି ଭୋଜି ରେ ମାଂସ ନହୋଇଥିଲେ ଆଣେ ଝଗଡା ଲାଗିଥା । ଯାହା ର ଖବର ଆପଣ ମାନେ ନିଶ୍ଚୟ ଶୁଣିଥିବେ । ଏମିତି କି ବାହାଘର ଭାଙ୍ଗି ମଧ୍ୟ ଯାଇଥାଏ । ତେହେ ଯଦି କୌଣସି ଭୋଜି ରେ ସୁଦ୍ଧା ସକ୍ଜାରୀ ହୋଇଥାଏ ସେତେ ବେଳେ ଭେଜ୍ ଆଇଟମ୍‌ରେ ପନିର୍ ଡିସ୍‌ ନିହାତି ଭାବେ ଥାଏ। ସମସ୍ତେ ଭେଜିଟେରିଆନ୍‌ମାନଙ୍କ ପାଇଁ ଆଗ ପନିର୍‌ ବ୍ୟବସ୍ଥା କରିଥାନ୍ତି। ସେହିପରି ଘରେ ଓ ହୋଟେଲ ବଦଳରେ ଭୋଜିରେ ପନିର ଖାଇବରା ମଜା ମଧ୍ୟ ଟିକେ ନିଆରା ଥାଏ। ହେଲେ ଆପଣ କେବେ ଶୁଣିଛନ୍ତି କି ପନିର ପାଇଁ ବିବାହ ଭୋଜିରେ ହଂଗାମା ହେବା ।

ଏଭଳି ଏକ ଭିଡିଓ ଏବେ ସମାନ କୁ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ବିବାହ ଭୋଜିରେ ଏହି ପନିର୍‌ ପାଇଁ ଆରମ୍ଭ ହୋଇଯାଇଥିଲା ଖଣ୍ଡଯୁଦ୍ଧ। ଲୋକେ ପନିର ଖଣ୍ତକ ପାଇଁ ପରସ୍ପର ଉପରେ ପିଟାପିଟି ହୋଇଛନ୍ତି। ବରଯାତ୍ରୀ ଆସି ଧୁମ୍ ଧାମ ରେ ଚାଲିଥିଲା ବିବାହ। ବର-କନ୍ୟା ବସିଥିଲେ ବେଦିରେ। ସେପଟେ ଅତିଥି ଆସି ଭୋଜି ଖାଇବାର ମଜା ମଧ୍ୟ ନେଉଥିଲେ। ତେବେ ହଠାତ ବର ପକ୍ଷ ଓ କନ୍ୟା ପକ୍ଷ ହୋଇଯାଇଥିଲେ ମୁହାଁମୁହିଁ। ବିବାହ ହଲ୍‌ ଭିତରେ ଆରମ୍ଭ ହୋଇଯାଇଥିଲା ମାର୍‌ପିଟ୍‌ । ଭୋଜିରେ ମଟର୍‌ ପନିର୍‌ ନମିଳିବାରୁ ରାଗିଯାଇଥିଲେ ବର ପକ୍ଷ। କନ୍ୟା ଘର ଉପରକୁ ଚେୟାର ଟେବୁଲ ଫିଙ୍ଗିବା ଆରମ୍ଭ କରିଦେଇଥିଲେ।କେବଳ ସେତିକି ନୁହେଁ ପରସ୍ପର ପିଟାପିଟି ମଧ୍ୟ ହୋଇଥିଲେ। ଲାତ ଗୋଇଠା ସାଙ୍ଗକୁ ମୁଥ ଚାପୁଡା ମଧ୍ୟ ବର୍ଷିଥିଲା। ଯାହାର ପୂରା ଭିଡିଓଟି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରାଯାଇଛି। ଏ ଭିଡିଓ ଶେୟାର କରାଯାଇ କ୍ୟାପ୍‌ଶନ ଲେଖାଯାଇଛି, ଏମାନେ ପୁଅ ଏବଂ ଝିଅ ପକ୍ଷ ଲୋକ। ଲଢ଼େଇର କାରଣ ହେଲା ମଟର-ପନିର। ଥାଳିରେ ପନିର ନ ମିଳିବାରୁ ଏପରି କାଣ୍ଡ ଘଟିଛି । କିଛି ଲୋକ ନୀରବରେ ଠିଆ ହୋଇ ଏହି ଦୃଶ୍ୟକୁ ଦେଖୁଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ତୀବ୍ର ବେଗରେ ଭାଇରାଲ ହେଉଛି।ଭାଇରଲ ହେଉଥିବା ଭିଡିଓ ଟି କେଉଁ ସ୍ଥାନରେ ଘଟିଛି ସେ ନେଇ କିଛି ସୂଚନା ମିଳିନାହିଁ।

Leave a Reply

Your email address will not be published. Required fields are marked *