ଏହି ଗାଁରେ ଏକାଠି ରୁହନ୍ତି ସାପ ମଣିଷ, ଘରେ ପରିବାର ସଦସ୍ୟ ଭଳି ରୁହନ୍ତି ବିଷଧର ସାପ..
1 min readଭାରତରେ ଏମିତି ଅନେକ ଗାଁ ରହିଛି ଯାହା କିଛି ନିଆରା ପରମ୍ପରା ଓ ପରିଷ୍କାର ପରିଚ୍ଛନତା ପାଇଁ ପ୍ରସିଦ୍ଧ ଅଟେ । ପ୍ରତେକ ଗାଁ ରେ ରହିଛି ସ୍ଵତନ୍ତ୍ରତା ଓ ଭିନ୍ନ ଧରଣର କିଛି ନିୟମ । ପରିବାର ଲୋକଙ୍କ ସହ ଗାଁ ରେ ହସ ଖୁସି ରେ ରୁହନ୍ତି ଲୋକେ । କିନ୍ତୁ ଏମିତି ଏକ ଗାଁ ରହିଛି ଯେଉଁଠି ଲୋକେ କେବଳ ମଣିଷ ସହ ନୁହେଁ ବରଂ ସାପ ସହ ମଧ୍ୟ ରହୁଛନ୍ତି । ଏହି କଥା ଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ଅଟେ । ତେବେ ଏହି ଗାଁ ର ନାଁ ହେଉଛି ସେତଫଲ ଯାହା ପୁନେ ରୁ ୨୦୦ କିମି ଦୂରରେ ଥିବା ସୋଲାପୁର ଜିଲ୍ଲା ରେ ରହିଛି ଏହି ଗାଁ ।
ଅନନ୍ୟ ପରମ୍ପରା ପାଇଁ ପ୍ରସିଦ୍ଧ ଏହି ଗାଁ । ଏଠାରେ ପ୍ରତେକ ଘରେ ମାରାତ୍ମକ ସାପ ସ୍ଥାୟୀ ବାସ କରେ । ଏଠାରେ ସାପ କୁ କେବଳ ଘରେ ରଖନ୍ତି ନାହି ବରଂ ଗାଁ ଲୋକେ ସାପ କୁ ପୂଜା ମଧ୍ୟ କରିଥାନ୍ତି । ପରିବାର ସଦସ୍ୟ ଙ୍କ ପରି ବ୍ୟବହାର କରିଥାନ୍ତି ସାପ କୁ । ସବୁଠାରୁ ଆଶ୍ଚର୍ଯ୍ୟ କର କଥା ହେଉଛି ଏହି ସାପ ଗୁଡିକ ଲୋକଙ୍କର କୌଣସି କ୍ଷତି କରନ୍ତି ନାହି ।ସ୍ଵାଧୀନ ଭାବେ ସାପ ଗୁଡିକ ଲୋକଙ୍କ ସହ ବସବାସ କରନ୍ତି । ଏହି ଗାଁ କୁ ଦେଖିବାକୁ ଦେଶରେ ବିଭିନ୍ନ ସ୍ଥାନରୁ ଲୋକେ ଆସୁଛନ୍ତି । ଯଦି ଆପଣ ସେତଫଳକୁ ଯିବାକୁ ଚାହାଁନ୍ତି, ତେବେ ମୋଡନିମ୍ ଏବଂ ଅଷ୍ଟି ରେଳ ଷ୍ଟେସନ ରେଳ ଯୋଗେ ସେତଫଳ ଗାଁକୁ ଯାଇପାରିବେ । ଏହା ବ୍ୟତୀତ ସୋଲାପୁର ଜଙ୍କସନ ଏଠାରୁ ନିକଟତର । ଷ୍ଟେସନରୁ ଆପଣ କ୍ୟାବ କିମ୍ବା ବସ୍ ଯୋଗେ ସାପ ଗାଁରେ ପହଞ୍ଚି ପାରିବେ ।