Pratidin TV

Odisha's Digital News Platform

+୨ ଛାତ୍ରୀ ବନିଲେ ମାଷ୍ଟର ଟ୍ରେନର , ମହାବିଦ୍ୟାଳୟରେ ଯାଇ ଶିଖାଇବେ …

ଗଜପତି : ଗଜପତି ଜିଲ୍ଲା ମୋହନା ହିଲ ଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ସୁରଭି ଶବର ଗଣଶିକ୍ଷା ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଠାରେ ଅନୁଷ୍ଠିତ ଉତ୍କଳ କରାଟେ ସ୍କୁଲଠାରେ ଅନୁଷ୍ଠିତ ଆତ୍ମରକ୍ଷା ତାଲିମରେ ଭାଗନେଇ ୮୦ଜଣ ଛାତ୍ରୀଙ୍କ ମଧ୍ୟରୁ ସଫଳତା ସହ ମାଷ୍ଟର ପ୍ରଶିକ୍ଷକ ଭାବେ ଚୟନ ହୋଇଛନ୍ତି।

ସୁରଭି ଶବର ମୋହନା ବ୍ଲକ ଦୁର୍ଗମ ଅଞ୍ଚଳର ଲମ୍ବକିଆରୀ ଗ୍ରାମର ଆଦିବାସୀ ଝିଅ। ସେ ଜଣେ ଆଦିବାସୀ ଝିଅହୋଇ ଏହି ଭଳି ଆତ୍ମସୁରକ୍ଷା ତାଲିମ ନେଇ ଆଜି ସେ ମାଷ୍ଟର ଟ୍ରେନର ଭାବେ କୃତିତ୍ୱ ଲାଭ କରିଛନ୍ତି। ସେ ଲକ୍ଷ୍ୟ ରଖିଛନ୍ତି ଜିଲ୍ଲାର ଅଧିକାଂଶ ମହାବିଦ୍ୟାଳୟରେ ପହଞ୍ଚିଛାତ୍ରୀମାନଙ୍କୁ ସମାଜରେ ଲାଗି ରହିଥିବା ନାରୀଙ୍କ ପ୍ରତି ଅତ୍ୟାଚାରରୁ ନିଜକୁ ନିଜେ କିଭଳି ଆତ୍ମରକ୍ଷା କରିପାରିବେ ତାହା ତାଲିମ୍ ପ୍ରଦାନକରିବେ। ଏହା ସହ ଅବଳା ଦୁର୍ବଳା ନାରୀମାନେ କିଭଳି ନିଜ ଉପରେ ହେଉଥିବା ଅତ୍ୟାଚାରର ମୁହଁଭଙ୍ଗା ଜବାବ୍ ବା ପ୍ରତିବଦଳରେ ନିଜକୁ ବଞ୍ଚାଇ ପାରିବେ ସେଥିପ୍ରତିବି ଦୃଷ୍ଟିଦେବେ ।

ନାରୀମାନଙ୍କୁ ଆଜି କାଲି ଭିନ୍ନ ଭିନ୍ନ କ୍ଷେତ୍ରରେ ଅନେକ ପ୍ରକାରର ନିର୍ଯ୍ୟତିତ କତାଯାଉଛି ସେ ଘରେ ହେଉ କି ଅଫିସ୍ ବା ରାସ୍ତାଘାଟ । କିଛି ଅସାମାଜିକ ବ୍ୟକ୍ତିମାନଙ୍କ ପାଇଁ ନାରୀ ଘରୁ ଗୋଡ କାଢିବାକୁ ଡରୁଛି । ଏନେଇ ନାରୀମାନଙ୍କ ମନରେ ଏକ ବଡ ପରିବର୍ତ୍ତନ ସୃଷ୍ଟି କରିବାର ଆଶା ରଖିଛନ୍ତି ସୁରଭି ।

Leave a Reply

Your email address will not be published. Required fields are marked *