Pratidin TV

Odisha's Digital News Platform

ସବ୍ କା ମାଲିକ ଏକ୍ : ଥାନାକୁ ଗଲା ଭଗବାନ ଗଣେଶଙ୍କ ମୂର୍ତ୍ତି ମାମଲା

1 min read

ଭୁବନେଶ୍ୱର : ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ମାଲକାନାଗିରିରେ । ଭଗବାନ ଗଣେଶଙ୍କ ମୂର୍ତ୍ତି ବିବାଦରେ ମାମଲାଟି ଏବେ ଥାନାରେ ପହଞ୍ଚିଛି ।ମାଲକାନାଗିରି ସଦର ମହକୁଦା ସ୍ଥିତ ମେଡିକାଲ ଛକରେ ହିନ୍ଦୁ ,ମୁସଲିମ୍ ଉ ଖ୍ରୀଷ୍ଟିଆନ୍ ଧର୍ମକୁ ନେଇ ଏକତ୍ର ୩ଟି ଗଣେଶ ମୂର୍ତ୍ତି ସ୍ଥାପନ କରାଯାଇଛି । ଏହାର ଏକ ଥେମ୍ ମଧ୍ୟ ରଖାଯାଇଛି ‘ସବ୍ କା ମାଲିକ ଏକ’ । ତେବେ ଏହା ସମସ୍ତ ଧର୍ମ ସମାନ ବୋଲି ଦର୍ଶାଯାଇଛି ।

ଏବେ ଏହି ମୂର୍ତ୍ତିକୁ ନେଇ ହଙ୍ଗାମା ସୃଷ୍ଟି କରିଛି ବିଶ୍ୱ ହିନ୍ଦୁ ପରିଷଦ । ଏହା ଧର୍ମୀୟ ଭାବନାକୁ ଆଘାତ କରୁଛି କହି ଏହାର ତୀବ୍ର ବିରୋଧ କରିଛି ବିଶ୍ୱ ହିନ୍ଦୁ ପରିଷଦ ।ଏନେଇ ସଙ୍ଗଠନର ଅଭିଯୋଗ ଆଧାରରେ ମାଲକାନାଗିରି ଥାନରେ ଏକ ମାମଲା ରୁଜ୍ଜୁ କରାଯାଇଛି । ଯଥାଶୀଘ୍ର ଏହି ମୂର୍ତ୍ତିଗୁଡିକୁ ମଣ୍ଡପରୁ ହାଟାଇବାକୁ ବାବି କରିଛି ସଂଗଠନ । ତେବେ ଏହା କେତେଦୂର ଠିକ୍ ଆପଣମାନେ ଭାବନ୍ତୁ । ପ୍ରକୃତରେ କଣ ଏହା ଧର୍ମୀୟ ଭାବନାକୁ ବ୍ୟାଘାତ କରୁଛି । ନା ନିଜ ଜାତି ଧର୍ମତ ଦ୍ୱାହି ଦେଇ କିଛି ଲୋକ ଜାତିପ୍ରଥାକୁ ବଢାଉଛନ୍ତି ।

Advertisement

Leave a Reply

Your email address will not be published. Required fields are marked *