Pratidin TV

Odisha's Digital News Platform

କାରାଗାର ଶୌଚାଳୟରେ ଜୀବନ ହାରିଲେ କଏଦୀ..

ବୌଦ୍ଧ : ବୌଦ୍ଧ ଉପକାରଗାରରେ ଆଜୀବନ ସଜା କାଟୁଥିବା ବନ୍ଦୀଙ୍କ ଆତ୍ମହତ୍ୟା । ବୌଦ୍ଧ ଉପକାରାଗାର ରେ ଜଣେ ବନ୍ଦୀ ଆତ୍ମହତ୍ୟା କରିଥିବା ଜଣାଯାଇଛି । ମୃତ କଏଦୀଙ୍କ ନାଁ ରବୀନ୍ଦ୍ର ମେହେର। ତାଙ୍କ ଘର ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଜମଘାଟି ଗାଁରେ।

ସୂଚନା ମୁତାବକ ୨୦୧୫ ରେ ବାଉଁଶୁଣି ଥାନା ଜମଘାଟି ଗ୍ରାମରେ ହୋଇଥିବା ଏକ ହତ୍ୟାକାଣ୍ଡ ମାମଲାରେ ଆଜୀବନ ସଜା କାଟୁଥିବା ରବୀନ୍ଦ୍ର ମେହେର ଙ୍କୁ ୨୦୧୭ ମସିହାରେ ଅଦାଲତ ଦ୍ଵାରା ଆଜୀବନ ସଜା ହୋଇଥିଲା । ଶନିବାର ସନ୍ଧ୍ୟା ପ୍ରାୟ ୬.୪୫ ସମୟରେ ଉପ କାରାଗାର ମଧ୍ୟରେ ଥିବା ଗାଧୁଆ ଘର ଝରକାରେ ବେକରେ ଗାମୁଛା ଦେଇ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ବନ୍ଦୀ ଜଣକର ମୁଣ୍ଡ ଦୋଷ ଥିବା କୁହାଯାଉଥିବା ବେଳେ ପୁଲିସ ଶବକୁ ଜବତ କରି ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି ।

ଘଟଣା ସମ୍ପର୍କରେ ସୂଚନା ପାଇ ଏଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ରବିବାର ସକାଳୁ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଶବ ବ୍ୟବଛେଦ କରାଯିବ ବୋଲି ଜଣାଯାଇଛି ।

Leave a Reply

Your email address will not be published. Required fields are marked *