Pratidin TV

Odisha's Digital News Platform

କଟକ ସହରରେ ବୁଲୁଛି ଅଜଗର ।

1 min read

କଟକ : ରାସ୍ତା ଉପରେ ୧୫ ଫୁଟ୍ ର ଅଜଗର । ଗତକାଲି ରାତି ପ୍ରାୟ ୩ଟା ବେଳେ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ (ଏନ୍ଆର୍ଆର୍ଆଇ) ଏନ୍ ବି ପିଜି ଆର୍ ବେସିକ୍ ସେଣ୍ଟର୍ରେ ଏକ ୧୫ ଫୁଟର ଅଜଗର ସାପକୁ ସୁରକ୍ଷା କର୍ମୀ ଦେଖିଥିଲେ । ସମସ୍ତେ ଡକାଡକି ହୋଇ ଏକାଠି ହୋଇଯିବାରୁ ଅଜଗର ଧାନ ବିଲରେ ପଶି ଯାଇଥିଲା ।

ଏନେଇ ଏନ୍ଆର୍ଆର୍ଆଇ ନିର୍ଦ୍ଦେଶକ ଡ. ଅମରେଶ କୁମାର ନାୟକ ସୂଚନା ଦେଇଛନ୍ତି, ନଦୀ ବଢ଼ିରେ ସାପଟି ପାଣିରେ ଆସି ଗୁଳୁଗୁଳି ପୋଲ ଦେଇ ଫାର୍ମ ଭିତରେ ପଶିଯାଇଥାଇପାରେ । ସେହିଭଳି କ୍ୟାମ୍ପସ୍ ଉନ୍ନତିକରଣ ଅଧ୍ୟକ୍ଷ ଡ. ଏମ୍ଜେ ବେଡ୍ କହିଛନ୍ତି ଆମେ ବନ ବିଭାଗ ଓ ସାପ ଧରାଳିଙ୍କୁ ଖବର ଦେଇଛୁ ।

Advertisement

ଆଜି ବନବିଭାଗ କର୍ମଚାରୀମାନେ ଆସି ଖୋଜାଖୋଜି କରି ଫେରିଛନ୍ତି । ସୁରକ୍ଷା କର୍ମୀମାନେ ସାପର ଗତିବିଧି ଲକ୍ଷ୍ୟ ରଖୁଛନ୍ତି । ସାପ ଧରା ନହେବା ପର୍ଯ୍ୟନ୍ତ ବିଲ ଭିତରେ ନ ପଶିବା ପାଇଁ ସବୁ ବୈଜ୍ଞାନିକ ଓ କର୍ମଚାରୀଙ୍କୁ ବାରଣ କରାଯାଇଛି ।

Leave a Reply

Your email address will not be published. Required fields are marked *