Pratidin TV

Odisha's Digital News Platform

ବିଦ୍ୟୁତ୍ ଆଘାତରେ ଚାଲିଗଲା ରାଜମିସ୍ତ୍ରୀଙ୍କ ଜୀବନ, ପରିବାର ଆଣିଲେ ଏଭଳି ଅଭିଯୋଗ..

1 min read

ଭଦ୍ରକ : କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ । ସ୍ତ୍ରୀ ଓ ଛୋଟିଆ ଝିଅକୁ ଏକୁଆଟି ଛାଡି ଆରିପାରିକୁ ଚାଲିଗଲେ ଭଦ୍ରକ ଜିଲ୍ଲା ସାବରଙ୍ଗ ଅଞ୍ଚଳର ଭରତ ବେହେରା । ରାଜମିସ୍ତ୍ରୀ କାମ କରୁଥିବା ବେଳେ ବିଦୁତ୍ ଆଘାତ ରେ ଚାଲିଯାଇଛି ତାଙ୍କ ଜୀବନ, ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଳା ସବାରଙ୍ଗ ଥାନା ଅଣ୍ଡରେଇ ଅଞ୍ଚଳରେ ।

Advertisement

ସୂଚନା ଯୋଗ୍ୟଯେ ଭରତ ସେହି ଗାଁର ବାପୁନ ବେହେରାଙ୍କ ସହ ହେଲପର କାମ କରିବାକୁ ନିଜ ଗ୍ରାମରୁ ୩ କିଲୋମିଟର ଦୂରରେ ଅଣ୍ଡରେଇକୁ ଯାଇଥିଲେ । ସେଠାରେ କାମ କରୁଥିବା ବେଳେ କୌଣସି କାରଣ ବସତ ବିଦ୍ୟୁତ୍ ସସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା । ମିସ୍ତ୍ରୀ ବାପୁନ ବେହେରା ନିଜ କାମ ସରାଇ ସେଠାରୁ ପଳାଇଆସିଥିଲେ । ଏବଂ ଭରତ ସେଠାରେ କାମ କରୁଥିଲେ । ବାପୁନ ଘରେ ଆସି ପହଞ୍ଚିବାର କିଛି ମସୟ ପରେ ତାଙ୍କୁ ଘର ମାଲିକଙ୍କ ଫୋନ ଆସିଥିଲା । ଯେ ଭରତଙ୍କୁ କରେଣ୍ଟ ମାରିଛି । ବାପୁନ ତୁରନ୍ତ ଯାଇ ସେଠାରେ ଦେଖିଲାକୁ ଭରତ ତଳେପଡିଥିଲେ ଏବଂ ସେ ହଲୁମଧ୍ୟ ନଥିଲେ । ଏହାପରେ ବାପୁନ ମେଡିକାଲକୁ ଆସି ଡାକ୍ତରଙ୍କୁ ଡାକିନେଇଥିଲେ । ଡାକ୍ତର ଘଟଣାସ୍ଥଳରେ ପହଞ୍ଚି ଭରତଙ୍କୁ ଚେକ୍ କରି ମୃତ ଘୋଷଣା କରିଥିବା କହିଛନ୍ତି ମିସ୍ତ୍ରୀ ବାପୁ ଦାସ ।

ଅନ୍ୟପଟେ ଭରତଙ୍କ ଭାଇ ପ୍ରଭାତ ବେହେରା ବାପୁନ ଓ ଘରମାଲିକ ନାଁରେ ଥାନରେ ଅଭିଯୋଗ ଆଣିଛନ୍ତି । କାରଣ ତାଙ୍କ ଭାଇର ସେଠାରେ ମୃତ୍ୟୁ ହୋଇଯିବା ବାପୁନ କିମ୍ବା ଘରମାଲିକ ତାଙ୍କୁ ଜଣାଇନଥିଲେ । ସେହି ଅଞ୍ଚଳର ଜଣେ ଚିହ୍ନାଲୋକ ପ୍ରଭାତଙ୍କୁ ଆସି ଡାକିଥିଲା । ଏବଂ ତୁମ ଭାରଇକୁ କରେଣ୍ଟ ଲାଗିଛି କହି ସେଠାକୁ ନେଇଯାଇଥିଲା । କିନ୍ତୁ ବଡ ଭଅଇ ପ୍ରଭାତ ସେଠାରେ ପହଞ୍ଚିବା ପରେ ଦେଖିବାକୁ ପାଇଥିଲେ ଯେ ତଳେ କେତେଗୁଡିଏ ତାର ପଡିଛି । ଆଉ ଭରତ ତାଉପରେ କାଠ ହୋଇ ପଡିରହିଛନ୍ତି ।

ଜଣାପଡିଛି ଯେ ଭରତ ଗ୍ରିଲରେ କଲଙ୍କି ଛଡାଉଥିଲେ । ତେବେ ତାଙ୍କୁ କରେଣ୍ଟ କିପରି ଲାଗିଲା । ଆଉ ସେ ତଳେ ତାର ଉପରେ କେମିତି ଆସିଲେ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଭରତଙ୍କ ମୃତ୍ୟୁରେ ।

Leave a Reply

Your email address will not be published. Required fields are marked *