Pratidin TV

Odisha's Digital News Platform

ଆତଙ୍କ ଖେଳାଇଛି ବିରଳ ମାଛ ।

1 min read

ବାଲେଶ୍ୱର ; ଜଳକା ନଦୀରୁ ଉଦ୍ଧାର ହେଲା ବିରଳ ମାଛ, ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଗୋଠ ଗଡିଆ ନିକଟ ଜଳକା ନଦୀରୁ ବିରଳ ପ୍ରଜାତିର ମାଛ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ଆଜି ସକାଳେ ସ୍ଥାନୀୟ ଅଞ୍ଚଳର କିଛି ପିଲା ନଦୀ ପାଖକୁ ଶୈଚ ହେବାପାଇଁ ଯାଇଥିବା ବେଳେ ନଦୀରେ ଏହି ମାଛଟିକୁ ଦେଖି ଗ୍ରାମବାସୀ ଙ୍କୁ ଜଣାଇଥିଲେ ।

ଗ୍ରାମବାସୀ ଏହି ମାଛଟିକୁ କୈାଣସି ହିଂସ୍ର ଜନ୍ତୁ ଭାବି ଭୟଭୀତ ହୋଇଥଲେ । ତେଣୁ ଜାଲ ସାହାଯ୍ୟରେ ଧରି ନଳବାହାର ଚନ୍ଦନ ପୋଖରୀରେ ଛାଡିଛନ୍ତି ।

Advertisement

ଖବରପାଇ ବାଲେଶ୍ଵର ବନ ବିଭାଗ ଅଧିକାରୀ ପହଞ୍ଚି ଉକ୍ତ ପୋଖରୀରୁ ମାଛଟିକୁ ଧରିବା ପାଇଁ ଚେଷ୍ଟା କରୁଛନ୍ତି,ତେବେ ମାଛଟି କେଉଁ ମାଛ ଜଣା ପଡିନଥିବା ବେଳେ କୋଙ୍କି ମଗର ବୋଲି କହୁଛନ୍ତି ସ୍ଥାନୀୟ ଲୋକୋ ମାଛକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଛି।

Leave a Reply

Your email address will not be published. Required fields are marked *