Pratidin TV

Odisha's Digital News Platform

ପ୍ରେରଣା ପାଲଟିଲେ ଅବସର ପ୍ରାପ୍ତ ଶିକ୍ଷକ : ମୃତ୍ୟୁ ପରେ ଏଭଳି କାର୍ଯ୍ୟ ପାଇଁ କରିବେ ନିଜ ଶରୀରର ଦାନ ..

1 min read

ମାଲକାନାଗିରି : ସାଧାରଣତ ହିନ୍ଦୁ ରିତୀନିତୀ ଅନୁସାରେ ଜଣଙ୍କର ମୃତ୍ୟୁ ପରେ ତାର ଆତ୍ମା ଶାନ୍ତି ବା ମୁକ୍ତି ପାଇଁ ତା ମରଶରୀରକୁ ଜଳାଇଦିଆଯାଇଥାଏ । କଣ ଆପଣମାନେ କେବେ ଭାବିଛନ୍ତି କି ଯଦି ଆପଣଙ୍କୁ କିଏ ପଚାରେ – ଯେ ମୃତ୍ୟୁ ପରେ ଆପଣଙ୍କ ଶରୀରକୁ ନଜଳାଇ ତାକୁ କୌଣସି କାର୍ଯ୍ୟରେ ଲଗାଯିବ! କଣ ଆପଣ ନିଜ ମୃତ ଶରୀର ଦେବାକୁ ଇଛା କରିବେ ! କେବେ ନୁହେଁ କାରଣ ମଣିଷ ପୃଥିବୀ ପୃଷ୍ଠରେ ଜନ୍ମ ନେଇଥିବା ସବୁଠୁ ବଡ ସ୍ୱାର୍ଥପର ପ୍ରାଣୀ । ସେ ମୃତ୍ୟୁ ପରେ ବି ନିଜ ଶରୀରକୁ ପୋଡି ନଷ୍ଟ ହେବାକୁ ଦେବ ପଛେ କିନ୍ତୁ କେବେ ସେହି ମଣିଷ ଜାତିର କୌଣସି କାର୍ଯ୍ୟରେ ଲଗାଇବାକୁ ଦେବନାହିଁ ।

କିନ୍ତୁ ନିକଟରେ ମଣିଷ ଜାତିକୁ ଭୁଲ ପ୍ରାମାଣୀତ କରିଦେଇଛନ୍ତି ଜଣେ ଅବସର ପ୍ରାପ୍ତ ଶିକ୍ଷକ । ସେ ଅବସର ନେବା ସମୟରେ ଏଭଳି ଏକ ଘୋଷଣା କରିଛନ୍ତି ଯାହାକୁ ଶୁଣି ଯିଏ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ମୃତ୍ୟୁ ପରେ ନିଜ ମର ଶରୀର ଦାନ କରିବାକୁ ଘୋଷଣା କରିଛନ୍ତି ଜଣେ ଅବସର ପ୍ରାପ୍ତ ଶିକ୍ଷକ । ତେବେ ନିଜ ଚାକିରି ଜୀବନରୁ ଅବସର ନେବା ର ପ୍ରଥମ ଦିନରେ ଏଭଳି କିଛି ଘୋଷଣା କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଉପାନ୍ତ ଜିଲ୍ଲା ମାଲକାନଗିରି ର ଶିଖପାଲି ପଞ୍ଚାୟତ ଅନ୍ତର୍ଗତ ଫୁଲଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ କୁମାର ସାହୁ । ମେଡିକାଲ ଛାତ୍ର ଛାତ୍ରୀଙ୍କ ଗବେଷଣା ପାଇଂ କଟକ ବୋଡି ଏବଂ ଅର୍ଗାନ ସୋସାଇଟି ନାମକ ଏକ ସଂସ୍ଥା କୁ ନିଜ ମୃତ ଶରୀର ଦାନ କରିବାକୁ ଅନଲାଇନରେ ପଞ୍ଜିକୃତ କରିଥିବା ଶିକ୍ଷକ ସୁଶାନ୍ତ ସାହୁ ଘୋଷଣା କରିଛନ୍ତି ।

Advertisement

ନାଁ ତାଙ୍କର ସୁଶାନ୍ତ କୁମାର ସାହୁ । ପେସାରେ ସେ ଜଣେ ଶିକ୍ଷକ । ଘର ତାଙ୍କର ମାଲକାନଗିରି ରେ ହୋଇଥିବା ବେଳେ ନିଜର ବୋଲି ତାଙ୍କର କେହି ନାହାନ୍ତି । ତେଣୁ ନିଜ କର୍ମ ମୟ ଜୀବନ କହିଲେ ନିୟମିତ ବିଦ୍ୟାଳୟ କୁ ଯାଇ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଦାନ କରିବା ସହ ପର ଉପକାରୀ ଗୁଣରେ ଗୁଣି ଥିବା ଶିକ୍ଷକ ସୁଶାନ୍ତ କୁମାର ସାହୁ ବିଭିନ୍ନ ସମୟରେ ରକ୍ତ ଦାନ କରି ଜିଲ୍ଲାରେ ସମସ୍ତଙ୍କର ଥିଲେ ପ୍ରିୟ । ହେଲେ ଆଜି ଆଉ ଏକ ଘଟଣା ପାଇଂ ଚର୍ଚ୍ଚା କୁ ଆସିଛନ୍ତି ସୁଶାନ୍ତ ତାହା ହେଉଛି ତାଙ୍କ ମୃତ୍ୟୁ ପରେ ନିଜ ମର ଶରୀର କୁ ମେଡିକାଲ ରେ ପାଠ ପଢ଼ୁଥବା ଛାତ୍ର ଛାତ୍ରୀଙ୍କ ଗବେଷଣା ନିମନ୍ତେ ଦାନ କରିବା ଘୋଷଣା କରି ଏବେ ସମଗ୍ର ମାଲକାନଗିରି ଜିଲ୍ଲାରେ ବେସ ଚର୍ଚ୍ଚାର ବିଷୟ ସୃଷ୍ଟି କରିଛି ।

ଶିକ୍ଷକ ସୁଶାନ୍ତଙ୍କ ଏଭଳି ନିଷ୍ପତି କୁ ଦେଖି ଜିଲ୍ଲାରେ ଚର୍ଚ୍ଚା ର ବିଷୟ ସୃଷ୍ଟି ହୋଇଥିବା ବେଳେ ତାଙ୍କୁ ପାଖରୁ ଦେଖିଥିବା ଯୁବ ସମାଜ ସେବି କୁହନ୍ତି ଶିକ୍ଷକତା ସମୟରେ ସୁଶାନ୍ତ ନିଜର ଛାତ୍ରଛାତ୍ରୀ ଙ୍କ ପାଇଁ ଅନେକ କିଛି ମହାନ କାର‌୍ୟ୍ୟ କରିଥିବା ବେଳେ ଶିକ୍ଷା ଦାନରୁ ଅବସର ନେବା ପରେ ମଧ୍ୟ ଶିକ୍ଷା କ୍ଷେତ୍ରରେ ଛାତ୍ର ଛାତ୍ରୀଙ୍କ ଗବେଷଣା ନିମନ୍ତେ ନିଜର ଶରୀର ଦାନ କରିବା ଏହା ଗୌରବର କଥା ।

Leave a Reply

Your email address will not be published. Required fields are marked *