Pratidin TV

Odisha's Digital News Platform

ଦୋକାନୀ ମୁହଁରେ ସ୍ପ୍ରେ ମାରି ସୁନାଲୁଟି ଚମ୍ପଟ ମାରୁଥିଲେ ଦୁବୃର୍ତ୍ତ, ମାଡିବସି ଧରିନେଲେ ସ୍କୁଲ ପିଲା..

1 min read

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଲୁଟେରା। ଦିନ ଦ୍ୱିପ୍ରହରରେ କରି ଖେଳାଉଛନ୍ତି ଆତଙ୍କ। ଆଜି ପୁଣି ସୁନା ଦୋକାନରୁ କରୁଥିଲେ ଲୁଟ। ଭୁବନେଶ୍ୱରର ପଳାସୁଣି ଠାରେ ଥିବା ଏସବିଆଇପାଖ ସୁନା ଦୋକାନ ରୁ ସ୍ପ୍ରେ କରି ଲୁଟ କରବାକୁ ଉଦ୍ୟମ କରୁଥିଲେ। ହେଲେ ସେମାନଙ୍କ ଲୁଟ ଉଦ୍ୟମ ପଣ୍ଡ କରିଦେଲେ କିଛି ସ୍କୁଲ ପିଲା।

ସୂଚନାମୁତାବକ, ପ୍ରଥମେ ସୁନା ଦୋକାନ ଭିତରେ ପଶି ହାତରେ ସ୍ପ୍ରେ ଧରି ସୁନା ଦୋକାନୀଙ୍କ ଆଖିକୁ ଦୁବୃର୍ତ୍ତ ସ୍ପ୍ରେ କରିଥିଲା। ପରେ ଦୋକାନ ରୁ ଜିନିଷ ନେଇ ଚମ୍ପଟ ମାରିଥିଲେ। ଏତିକି ବେଳେ ଦୋକାନୀ ପାଟି ଶୁଣି ରାସ୍ତା ଯାଉଥିବା ବେଳେ ଲୁଟରାକୁ କାବୁ କରିନେଇଥିଲେ ସ୍କୁଲ ପିଲା। ପରେ ସେଠାକାର ଲୋକ ଚୋରକୁ ଧରି ଉତ୍ତମ ମଧ୍ୟମ ଦେଇ ପୋଲିସକୁ ଖବର ଦେଇଥିଲେ। ମଞ୍ଚେଶ୍ୱର ପୋଲିସ ପହଞ୍ଚି ଲୁଟେରା କୁ କାବୁ କରି ତଦନ୍ତ ଆରମ୍ଭ କରିଛି ।

Advertisement

Leave a Reply

Your email address will not be published. Required fields are marked *