Pratidin TV

Odisha's Digital News Platform

(video)ସ୍ୱାର୍ଥପର ମାଲିକ , ଦେହରୁ ରୁମ ଝଡିଲା ବୋଲି ରାସ୍ତା କଡରେ ଛାଡିଦେଇଗଲା ….

କଟକ ; କେତେ କ୍ରୃର ଏହି ମଣିଷ ଜାତି । କେତେ ସ୍ୱାର୍ଥପର , ନିଜ ସ୍ୱାର୍ଥ ଆଗରେ ସତରେ ମଣିଷ ଆଉ କିଛି ଦେଖିପାରେନି । ଆଜି ସିଡିଏ ସେକ୍ଟର ଦଶରୁ ସାମ୍ନାକୁ ଆସିଛି ସ୍ୱାର୍ଥପର ମଣିଷର କିଛି ଏଭଳି ଚେହାରା ଯାହା ଆପଣଙ୍କୁ ମଣିଷ ଜାତିକୁ ଘୃଣା କରେବାକୁ ବାଧ୍ୟ କରାଇବ । କଣ ସତରେ ଏତେ ନିଷ୍ଠୁର ଏ ମଣିଷ ସମାଜ । ନିଜର ସଉକ ପୂରଣ ହୋଇଗଲା ପରେ ପାଦରେ ଆଡେଇଦେଲା ସେହି ପୋଷା କୁକୁରଟିକୁ ଯାହାକୁ ଦିନେ ସାଙ୍ଗରେ ଖୋଉଥିଲା ସୋଫାରେ ବସାଉଥିଲା । ଅଫିସରୁ ଫେରିବା ପରେ ତା ସହ ଖେଳୁଥିଲା ଆଉ ଏସି କାରରେ ବୁଲାଉଥିଲା । ଆଜି ରାସ୍ତା କଡରେ ବସି ଲୁହ ଗଢାଉଛି ନିରୀହ ପଶୁଟି କଥା ସିନା କହି ଜାଣେନା କିନ୍ତୁ ମାଲିକର ଏଭଳି କାର୍ଯ୍ୟାକଳାପ ତାକୁ ବେସ୍ ଆଘାତ୍ ଦେଇଛି । ଯଦି ଦିନେ ଏମିତି ରାସ୍ତା କଡରେ ଛାଡିଯିବାର ଥିଲା ଛୋଟବେଳେ ଆଣି କାହିଁ କି ପାଳୁଥିଲା ? କାହିଁ କି ପରିବାର ସହ ମିଶାଉଥିଲା ବୋଲି ତା ମନରେ ବି ପ୍ରଶ୍ନ ଉଙ୍କି ମାରୁଛି । ।ରୋଗ ହୋଇ ରୁମ ଛଡିବାକୁ ଲାଗିଲା ବୋଲି କଣ ଏକା କରି ରାସ୍ତା କଡରେ ଛାଡିଦେଇଯିବ ……

Leave a Reply

Your email address will not be published. Required fields are marked *