Pratidin TV

Odisha's Digital News Platform

ସ୍ୱପ୍ନରୁ ଶିଖିଲେ ମହାପ୍ରଭୁଙ୍କ ମୂର୍ତ୍ତୀ ଗଢା

1 min read

କଟକ : ଯାହାଙ୍କର ଆଦି ନାହିଁ କି ଅନ୍ତ ନାହିଁ ନିଜେ ନିଜକୁ ଗଢିଛନ୍ତି ସେଇ ଜଗତରନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଦେଖାଇଛନ୍ତି ନିଜର ବିଚିତ୍ରଳୀଳା । କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ ଅନ୍ତର୍ଗତ ରାମକୃଷ୍ଣପୁର ଗାଁ ର ଗୋପାଳଚନ୍ଦ୍ର ନାଥ ଏକ କପଡା ଦୋକାନରେ କାମ କରନ୍ତି କିନ୍ତୁ ଏବେ ସେ କୌଣସି କାରିଗରିତା ନଜାଣି ମଧ୍ୟ ଚତ୍ମକାର ମୃର୍ତ୍ତି ଗଢୁଛନ୍ତି ମହାପ୍ରଭୁଙ୍କର, ଯିଏ ଆଖିରେ ନଦେଖିବ ସେ ମଧ୍ୟ ବିଶ୍ୱାସ କରିପାରିବ ନାହିଁ ।

ତାଙ୍କ କହିବା ଅନୁଯାୟୀ ପିଲାଟିବେଳୁ ତାଙ୍କର ଭଗବାନଙ୍କ ପ୍ରତି ଦୁର୍ବଳତା ଭରି ହୋଇରହିଥିଲା ,ଯାହାକି ଏବେ ତାହା ଭକ୍ତିର ରୂପ ନେଇଛି । ଦିନେ ରାତିରେ ସେ ଶୋଇଥିବା ସମୟରେ ହଠାତ୍ ସ୍ୱପ୍ନ ଦେଖନ୍ତି ଯେ ସେ ବଗବାନଙ୍କୁ ଗଢୁଛନ୍ତି ବାସ୍ ତା ପରଦିନ ସକାଳୁ କାରିଗରି ଅଦୈା ଜାଣିନଥିବା ଗୋପାଳ ଲାଗିପଡିଲେ ମୂର୍ତ୍ତୀ ଗଢା କାମରେ ପ୍ରଥମେ ତାଙ୍କ ଘର ଲୋକ ପଡିଶା ଓ ଗାଁ ଲୋକ ଏହା ଦେଖି ଆଶ୍ଚର୍ଯ୍ୟ ହୋଇପଡୁଥିଲେ । ଯେ କାରିଗରି ଜାଣିନଥିବା ଏକ କପଡା ଦୋକାନର ବିକ୍ରୟକ୍ରତା କିପରି ଏତେ ସୁନ୍ଦର ମୂର୍ତ୍ତୀ ଗଢିପାରୁଛି । ଗୋପାଳଙ୍କ ଅନୁଯାୟୀ ଏହା ତାଙ୍କ ଜୀବନରେ ବଡ ଚତ୍ମକାରିତାଠୁ କମ୍ ନୁହେଁ ବା ତାଙ୍କର ମହାପ୍ରଭୁଙ୍କ ପ୍ରତି ଥିବା ଅସୀମିତ ଭଲପାଇବା

Advertisement

Leave a Reply

Your email address will not be published. Required fields are marked *