Pratidin TV

Odisha's Digital News Platform

ତୀର୍ଥଯାତ୍ରା ପାଲଟିଲା ଜୀବନର ଶେଷଯାତ୍ରା ,ଶ୍ରର୍ଦ୍ଧାଳୁଙ୍କୁ ନେଇ ଯାଉଥିବା ଗାଡି ହେଲା ଧକ୍କା

1 min read

କର୍ଣ୍ଣାଟକ : କର୍ଣ୍ଣାଟକରେ ଭୟଙ୍କର ସଡ଼କ ଦୁର୍ଘଟଣା । ତୀର୍ଥଯାତ୍ରା ପାଲଟିଲା ଶେଷଯାତ୍ରା । ଗଛରେ ଧକ୍କା ହେଲା ଜିପ୍ । ୬ ଶ୍ରଦ୍ଧାଳୁ ମୃତ ଓ ୧୬ ଆହତ । କର୍ଣ୍ଣାଟକର ଚିଂଚନୁରରେ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଶ୍ରଦ୍ଧାଳୁମାନଙ୍କୁ ନେଇ ଯାଉଥିବା ଗାଡି ଏକ ଗଛ ସହିତ ଧକ୍କା ହୋଇଛି । ଫଳରେ ତୀର୍ଥଯାତ୍ରା ଶେଷଯାତ୍ରା ପାଲଟିଛି । ଏହି ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଗୁରୁତର ଆହତ ହୋଇଛନ୍ତି ।

ପୋଲିସ ସୂଚନାନୁସାରେ, ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ଘଟିଥିଲା । ଡାକ୍ତରଖାନାକୁ ନିଆଯିବା ସମୟରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଜିପରେ ଥିବା ସମସ୍ତ ଯାତ୍ରୀ ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିଲେ । ଆହତ ହୋଇଥିବା ସମସ୍ତ ଯାତ୍ରୀଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତି କରାଯାଇଛି । ଘଟଣା ବିଷୟରେ ସୂଚନା ପାଇଁ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଜିପରେ ଥିବା ସମସ୍ତ ଯାତ୍ରୀ ବାର୍ଷିକ ମେଳାରେ ଭାଗ ନେବା ପାଇଁ ସାବଦତୀର ରେଣୁକା ୟାଲ୍ଲମ୍ମା ମନ୍ଦିର ଯାଉଥିଲେ । ରାମଦୁର୍ଗ ତାଲୁକର ଚିଂଚାନୁର ଗାଁର ଭିଠଲ-ରୁକମାଇ ମନ୍ଦିର ନିକଟରେ ଜିପକୁ ନିୟନ୍ତ୍ରଣ ହରାଇଥିଲେ । ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛ ସହିତ ଜିପଟି ମୁହାଁମୁହିଁ ଧକ୍କା ହୋଇଥିଲା ।

ପୋଲିସ କହିଛି ଯେ, ସମସ୍ତ ଯାତ୍ରୀ ରାମଦର୍ଗ ତାଲୁକର ହୁଲକଣ୍ଡ ଗାଁର ବାସିନ୍ଦା ଏବଂ ଏକ ସାମଗ୍ରୀ ଗାଡିରେ ଯାତ୍ରା କରୁଥିଲେ । ଏହି ଘଟଣାରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାରବର୍ଗ ପାଇଁ କର୍ନାଟକ ଜଳସେଚନ ମନ୍ତ୍ରୀ ଗୋବିନ୍ଦ କରଜୋଲ ପାଂଚ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *