Pratidin TV

Odisha's Digital News Platform

ଏପରି ଏକ ଦୋକାନ ଯେଉଁଠାରେ ବିକ୍ରି ହୁଏ ମୃତକଙ୍କ ପୋଷାକ

1 min read

ମୃତ ଶରୀର ଦେଖିବା ଦୂରର କଥା ମୃତ ହୋଇଥିବା ଘର ସ୍ଥାନକୁ ଯିବାକୁ ଲାଗିଥାଏ ଲୋକଙ୍କୁ ଡର | ଏବଂ ଅଧିକାଂଶ ସମୟରେ ମୃତ୍ୟୁ ହେଲା ପରେ ପରିବାର ଲୋକେ ମୃତକ ଲୋକଙ୍କ ଜିନିଷ ପତ୍ର ଆଦିକୁ ଫିଙ୍ଗା ହୋଇଯାଇଥାଏ | କିନ୍ତୁ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ମିଳିଥାଏ ମୃତ ଲୋକଙ୍କ ପୋଷାକ | ଏବଂ ଏହି ଦୋକାନରେ ଲାଗିଥାଏ ହଜାର ହଜାର ଲୋକଙ୍କ ଭିଡ | ଏହି ଦୋକାନ ଅଛି ଥାଇଲାଣ୍ଡର ଉତ୍ତର ଥାଇର ଚୋନ୍ ଡେନ୍ ରେ | ଏବଂ ଏହି ଦୋକାନର ମାଲିକାଣି ହେଉଛନ୍ତି ୪୦ ବର୍ଷୀୟା କାନିଥା ଥୋଙ୍ଗାନାକ୍।

ତେବେ ଏହି ଦୋକାନ ସାରା ଥାଇଲାଣ୍ଡର ପରିଚିତ | ତାଙ୍କର ଏପରି ଲୋକପ୍ରିୟତାର କାରଣ ହେଉଛି ସେ ତାଙ୍କ ଦୋକାନରେ ମୃତ ଲୋକଙ୍କ ପୋଷାକ ବିକ୍ରି କରନ୍ତି। ମୃତଙ୍କ ପଶଂସକ କିଣିବା ପାଇଁ ଦୋକାନରେ ସଦାବେଳେ ଭିଡ଼ ଡେଜଖିବାକୁ ମିଳିଥାଏ |କାନିଥା ପ୍ରତିଦିନ ଅନ୍-ଲାଇନ୍‌ରେ ଲାଇଭ୍ ରହି ମଧ୍ୟ ପୋଷାକ ବିକ୍ରି କରନ୍ତି। ତାଙ୍କ ଦୋକାନ ରାତି ପ୍ରାୟ ୧୦ ଟାରୁ ରାତି ୩ଟା ପର୍ଯ୍ୟନ୍ତ ଖୋଲା ରହିଥାଏ । ଏଥିରେ ହଜାର ହଜାର ଲୋକ କରିଥାନ୍ତି ଅଂଶଗ୍ରହଣ |

ସାଧାରଣ ଭାବେ କରନ୍ତି ନାହିଁ ବିକ୍ରି | କାନିଥା ନିଜେ ଏହି ଅନ୍-ଲାଇନ୍ ଦୋକାନରେ ସେ ନିଜେ ମଧ୍ୟ ଭୂତୁଣୀ ବେଶ ହୋଇ ଉପସ୍ଥିତ ରହି ଗ୍ରାହକଙ୍କ ମନୋରଞ୍ଜନ କରୁଥିବା ଦେଖାଯାଇଛି। ଏହି ମୃତକ ମାନଙ୍କ ପସାହଙ୍କ ସଂଗ୍ରହ କରିବା ପାଇଁ ମଧ୍ୟ କରିଥାନ୍ତି ଭହୁତ ପରିଶ୍ରମ | କାରରଣ ଅନେକ ସମୟରେ ଅଧିକାଂଶ ଲୋକ ତାଙ୍କ ସମ୍ପର୍କୀୟ ପ୍ରାଣ ହରାଇବା ପରେ ସେମାନଙ୍କ ପୋଷାକ, ଅନ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ସ୍ମୃତି ଭାବେ ଘରେ ରଖିବାକୁ ଆଗ୍ରହୀ ଥାନ୍ତି | ଏହି ସମୟରେ ମଧ୍ୟ ସେ ବହୁ ପ୍ରସ୍ତାବରେ ପ୍ରତ୍ୟାଖାନ ଖାଇ ମଧ୍ୟ ବହୁତ କଷ୍ଟ କରି ପୋଷାକ ସଂଗ୍ରହ କରିଥାନ୍ତି | ବୋଧ ହୁଏ ସମଗ୍ର ସମଗ୍ର ବିଶ୍ବରେ ଏକମାତ୍ର ଦୋକାନ, ଯେଉଁଠାରେ ମୃତଲୋକଙ୍କ ପୋଷାକ ବିକ୍ରି କରାଯାଉଛି |

Leave a Reply

Your email address will not be published. Required fields are marked *