Pratidin TV

Odisha's Digital News Platform

ହାତ ଦେଖାଇଲେ ହେଉଛି ପେମେଣ୍ଟ; ୨୦୫୦ ମସିହାରେ ପାଦ ଦେଲାଣି ଚୀନ

1 min read

A show of hands means payment; China stepped in in 2050

ଚୀନ ନୂତନ ଟେକ୍ନୋଲୋଜି ଆଣି ସମଗ୍ର ବିଶ୍ବକୁ ଚକିତ କରିଥାଏ। ଚୀନର ଟେକ୍ନୋଲୋଜି ଆଗରେ ସବୁକିଛି ଫେଲ୍। ବିଶେଷକରି ପେମେଣ୍ଟ ସିଷ୍ଟମ ଏବଂ ଭିତ୍ତିଭୂମି କ୍ଷେତ୍ରରେ ଚୀନ୍ ବୈଷୟିକ ପ୍ରଗତିରେ ଆଗେଇ ଚାଲିଛି। ନିକଟରେ ଚୀନର ଆଉ ଏକ ନୂତନ ଟେକ୍ନୋଲୋଜି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ପେମେଣ୍ଟକୁ ନେଇ ଆଡଭାନ୍ସ ଟେକ୍ନୋଲୋଜି ଦେଖିବାକୁ ମିଳୁଛି। ପାକିସ୍ତାନୀ କଣ୍ଟେଣ୍ଟ କ୍ରିଏଟର ରାଣା ହମଜା ସୈଫ ଇନଷ୍ଟାଗ୍ରାମରେ ଏହା ସେୟାର କରିଛନ୍ତି।

ଏହି ଭିଡିଓକୁ ଜୁଝୋଉ ସହରର ଏକ ଲୋକାଲ ଦୋକାନରେ ସୁଟ୍ କରାଯାଇଛି । ଯେଉଁଠାରେ ସୈଫ ଏବଂ ତାଙ୍କ ସାଙ୍ଗ କିଛି ଜିନିଷ କିଣିବାକୁ ଯାଇଛନ୍ତି । ଭିଡିଓରେ ଜଣେ ସାଙ୍ଗ ‘ପାମ୍ ପେମେଣ୍ଟ ସିଷ୍ଟମ’ ଜରିଆରେ ପେମେଣ୍ଟ କରୁଥିବାର ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କୁ ଚକିତ କରିଛି। ଅର୍ଥାତ ଚୀନର ଅତ୍ୟାଧୁନିକ ଉଦ୍ଭାବନକୁ ଅଧିକ ଗୁରୁତ୍ୱ ଦେଇ ଏହି ଭିଡିଓ କରାଯାଇଛି। ଏଥିରେ ଜଣେ ଗ୍ରାହକ କିଛି ଜିନିଷ କିଣି ନିଜ ହାତ ପାପୁଲିକୁ ସ୍କାନ କରାଉଛନ୍ତି। ଯଦି କାହାର ହାତ ରେଜିଷ୍ଟ୍ରର ହୋଇଥାଏ, ତେବେ ଚୀନରେ ହାତ ଦେଖାଇ ପେମେଣ୍ଟ କରିପାରିବେ। ଟ୍ରାଞ୍ଜାକ୍ସନ ସଫଳ ହେବା ପରେ କିଛି ଲୋକ ତାଳି ବଜାଇ ପ୍ରଶଂସା କରିଥିଲେ। ଆଉ ଲେଖିଥିଲେ, ଚୀନ ଏବେ ୨୦୫୦ ମସିହାରେ ଚାଲିଛି। ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହେବା ପରେ ୯ ମିଲିଅନ ଲୋକ ଦେଖିସାରିଲେଣି।

Advertisement

କେବଳ ସୈଫଙ୍କ ଭିଡିଓ ନୁହେଁ, ଏହାପୂର୍ବରୁ ଆରପିଜି ଗ୍ରୁପ୍ ଚେୟାରମ୍ୟାନ୍ ହର୍ଷ ଗୋଏଙ୍କା ମଧ୍ୟ X ରେ ସମାନ କ que ଶଳର ଏକ ଭିଡିଓ ସେୟାର କରିଥିଲେ। ସେହି ଭିଡିଓରେ ଜଣେ ମହିଳା ବେଜିଂ ମେଟ୍ରୋରେ ପାପୁଲି ଦେଇ ଦେୟ କରିବାର ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି – ଚାଇନାରେ ରହି ମୁଁ QR କୋଡ୍ ଏବଂ ଚେହେରା ଚିହ୍ନିବା ପ୍ରଯୁକ୍ତିବିଦ୍ୟା ପରି ନଗଦବିହୀ ଦେୟ ଅଭ୍ୟାସରେ ଅଭ୍ୟସ୍ତ, ଏବଂ ବର୍ତ୍ତମାନ ମୁଁ କ pal ଣସି ସ୍ପର୍ଶ ନକରି କେବଳ ପାପୁଲିରେ ପେମେଣ୍ଟ କରିପାରିବି |

Leave a Reply

Your email address will not be published. Required fields are marked *