Pratidin TV

Odisha's Digital News Platform

‘ପୁଅ ହେଲା ପର’ : ବୃଦ୍ଧ ଅବସ୍ଥାରେ ଜାଳିଲା ବାପା ମା ଙ୍କ ଘର

ବାଲେଶ୍ୱର : ଆମ ହିନ୍ଧୁ ଧର୍ମଶାସ୍ତ୍ରରେ ପୁଅ ଝିଆ ମାନେ ବିବାହ ପରେ ପର ହୋଇଯାଆନ୍ତି । କିନ୍ତୁ ବାଲେଶ୍ୱର ଜିଲ୍ଲାରେ ଏହାର ଠିକ୍ ବିପରୀତ ଘଟଣା ଦେଖାଦେଇଛି । ଯେଉଁ ପୁଅକୁ ଛୋଟଟେ ବେଳୁ ଖୁଆଇ ପିଆଇ ସ୍ନେହ ଶ୍ରର୍ଦ୍ଧାରେ ବଡ କରିଥିଲେ ତାପରେ ବିବାହ ଦେଇଥିଲେ । ସେହି ପୁଅ ହିଁ ଆଜି ବାପା ମା ଙ୍କ ବୃଦ୍ଧ କାଳରେ ପାଲଟିଛି ବଡ ଶତ୍ରୁ । ବାହାଘର ପରେ ପର କରି ଛାଡିଦେଇଛି ବାପା ମାଙ୍କୁ ଆଉ ଶେଷରେ ଲଗେଇଦେଇଛି ତାଙ୍କ ଛୋଟିଆ କୁଡିଆଟିରେ ନିଆଁ । କଣ ସତରେ ଗୋଟେ ପୁଅ ଏମିତି କରିପାରେ ନିଜ ବାପା ମାଙ୍କ ସହ! ହଁ ଆଜ୍ଞା ଘଟଣାଟି ବିଶ୍ୱାସ ନହେଉଥିଲେ ମଧ୍ୟ ସତ । ଏଭଳି ଏକ ଅଭାବନୀୟ ଘଟଣା ନିଜ ମୁହଁରେ ବଖାଣିଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ପରିସରରେ ବସିଥିବା ଏକ ବୃଦ୍ଧ ଦମ୍ପତି । ଆଖିରୁ ଧାର ଧାର ଲୁହ ଗଡାଇ ପୋଲିସ ଆଗରେ ନ୍ୟାୟ ପାଇଁ କରିଛନ୍ତି ଆକୁଳ ନିବେଦନ ।

ସୂଚନା ଅନୁଯାୟୀ ମଙ୍ଗରାଜପୁର ଗାଁର ସୁଧୀର ନାୟକ ଓ ସ୍ନେହଲତାଙ୍କ ଏକମାତ୍ର ପୁତ୍ର ହେଉଛନ୍ତି ଶ୍ରୀମନ୍ତ । ଶ୍ରୀମନ୍ତଙ୍କୁ ବିବାହ କରିଦେବା ପରେ ସେ ବାପାମାଙ୍କ ପାଖରେ ନ ରହି ସ୍ତ୍ରୀ ସହ ଶ୍ୱଶୁର ଘରେ ପ୍ରାୟ ୧୫ ବର୍ଷ ହେଲା ରହି ଆସୁଛନ୍ତି । ଫଳରେ ବୁଢା ବାପା ମା ଦୁଇ ଜଣ ଗାଁରେ ଏକାରହୁଛନ୍ତି । ପୁଅ ମଧ୍ୟ ଏହି ବୃଦ୍ଧ ବୟସରେ ବାପା ମାଙ୍କୁ କିଛି ଆର୍ଥିକ ସେବା କରୁନଥିବାରୁ ବୁଢା ବୁଢୀ ଦୁହେଁ ଖଟିକି ଖାଉଛନ୍ତି । ତେବେ ଏଭଳି ଦୟଣୀୟ ପରିସ୍ଥିତିରେ ସ୍ନେହଲତାଙ୍କ କ୍ୟାନସର ସାଜିଛି ବୋଝ ଉପରେ ଳଳିତା ବିଡା । ବାପା ମାଙ୍କ ଏଭଳି ପରିସ୍ଥିତିରେ ପୁଅ ଶ୍ରୀମନ୍ତ ବାପା ମାଙ୍କ କଥା ବୁଜିବା ତ ଦୂରର କଥା ଓଲଟା ଘରକୁ ଆସି ବୁଢା ମା ବାପାଙ୍କୁ ମାରି ଟଙ୍କା ନେଇଯାଆନ୍ତି ସେଇ ନୃଶଂସ ପୁଅ ।

ସେହିଭଳି ଗତକାଲି ୧୧ ଟା ସମୟରେ ମା ସ୍ନେହଲତା ରୋଷେଇ କରୁଥିବା ବେଳେ ହଠାତ୍ ଘରେ ଆସି ପହଞ୍ଚିଥିଲେ ଶ୍ରୀମନ୍ତ । ମାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ୍ କରିବା ସହ ମାଡ ମଧ୍ୟ ମାରିଥିଲେ । ବୁଢା ବାପା ଆସି ଏହାକୁ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଛାଡିନଥିଲେ ଶ୍ରୀମନ୍ତ । ଏହାପରେ ରାଗରେ ପେଟ୍ରୋଲ ଢାଳି ନିଜ ଚାଳଘରକୁ ନିଆଁ ଲଗାଇ ଦେଇଥିଲେ । ବୁଢା ବୁଢୀ ଦୁହେଁ ଚିତ୍କାର କରିବାରୁ ଗାଁ ଲୋକ ଧାଇଁ ଆସି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେତେବେଳକୁ ସବୁ ପୋଡି ପାଉଁସ ହୋଇଯାଇଥିଲା ।

ଏନେଇ ବାପା ସୁଧୀର କହିଛନ୍ତି ଯେ ମୋ ପତ୍ନୀ ସ୍ନେହଲତାଙ୍କୁ କ୍ୟାନସର ତାଙ୍କ ଚିକିତ୍ସା ପାଇଁ ଟିକେ ଟିକେ ଧନ ସଞ୍ଚୟ କରି ୩୫ ହଜାର ଟଙ୍କା ରଖିଥିଲି । ଯାହା ସେଇ ନିଆଁରେ ପୋଡିହୋଇଯାଇଛି । ଘର ସହ ସମ୍ପୂର୍ଣ୍ଣ ଆସବାବ ପତ୍ର ମଧ୍ୟ ଜଳିଯାଇଛି । ଏବେ ଆମେ ମୁଣ୍ଡ ଗୁଞ୍ଜିବୁ କେଉଁଠି ? ମୋ ସ୍ତ୍ରୀର ଚିକିତ୍ସା କରିବି କିପରି ଏଭଳି ଅନେକ ପ୍ରଶ୍ନ ନେଇ ଥାନ ସମ୍ମୁଖରେ ବସିରହିଛନ୍ତି ବୁଢା ବୁଢୀ ଦୁହେଁ ।

ପୁଅର ଏଭଳି ଅମାନବୀୟ କାଣ୍ଡରେ ଅତିଷ୍ଠ ହୋଇ ଶେଷରେ ପୁଅ ଶ୍ରୀମନ୍ତକୁ କଠୋର ଶାସ୍ତି ଦେବାପାଇଁ ନିବେଦନ କରିଛନ୍ତି ସୁଧୀର ଓ ସ୍ନେହଲତା ।ବୁଢା ବୁଢୀ ଦୁହିଁଙ୍କ ଠାରୁ ସବୁଶୁଣି ସାରିବ ପରେ ଭୋଗରାଇ ଥାନା ଅଧିକାରୀପ୍ରଭଞ୍ଜନ ବେହେରା ଓ ଚନ୍ଦନେଶ୍ଵର ଫାଣ୍ଡି ଅଧିକାରୀ ବିଶ୍ଵନାଥ କର ଏକ ଲିଖିତ ଅଭିଯୋଗ ଲେଖି ପୁଅ ଶ୍ରୀମନ୍ତଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *