Pratidin TV

Odisha's Digital News Platform

ନିଆରା ଜନ୍ମଦିନ ପାଳନ , କେକ ବଦଳରେ କାଟିଲେ ଅମୃତଭଣ୍ଡା ରହିଛି ମହତ ଉଦ୍ଦେଶ୍ୟ ..

1 min read

କେକ ବଦଳରେ କାଟିଲେ ଅମୃତଭଣ୍ଡା । କଥାଟା ବୁଝା ପଡ଼ୁନଥିବ । ମୁଖ୍ୟ କଥାଟା ହେଲା, ଆମେ ସମସ୍ତେ ଏବେ ପାଶ୍ଚାତ୍ୟ ସଂସ୍କୃତିକୁ ଆଦରି ନେଇଛେ । ଜନ୍ମ ଦିନ ହେଉକି ବିବାହ ପାର୍ଟି ଫଂସନ ସବୁଠି ଭଳି କି ଭଳି କେକ୍ କାଟିବା ପରମ୍ପରା ଏବେ ଆମକୁ ଗ୍ରାସ କରିସାରିଛି । ତେବେ ଏହି ପରମ୍ପରାଠୁ ଟିକେ ଦୂରେଇକି ଏକ ଜନ୍ମଦିନ ପାଳନ କରାଯାଇଛି । ଆଉ ସେଥିରେ କେକ୍ ବଦଳରେ କଟାଯାଇଛି ଅମୃତଭଣ୍ଡା । ଏଭଳି ନିଆରା ଜନ୍ମଦିନ ପାଳନ କରିଛନ୍ତି ଅଜୟ ନାମକ ଜଣେ ଯୁବକ ।

ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଅଜୟ ନାମକ ଜଣେ ଯୁବକ ନିଜ ଜନ୍ମ ଦିନରେ କେକ୍ ବଦଳରେ ଏକ ବଡ ଅମୃତଭଣ୍ଡା କାଟି ଜନ୍ମଦିନ ପାଳନ କରିଛନ୍ତି । ଭିଡିଓରେ ତାଙ୍କ ପରିବାର ସହିତ ଅମୃତଭଣ୍ଡା କାଟି ଜନ୍ମ ଦିନ ପାଳନ କରୁଥିବା ଦେଖିବାକୁ ମିଳିଛି । ଏହି ଜନ୍ମଦିନ ଉତ୍ସବ ସାମାଜିକ ଗଣମାଧ୍ୟମରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି । ଏହାକୁ ପ୍ରାୟ ୪୦ ଲକ୍ଷରୁ ଅଧିକ ଲୋକଦେଖିସାରିଲେଣି । ସମସ୍ତେ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । କେକ୍ ବଦଳରେ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉତ୍ତମ ବୋଲି ସମସ୍ତେ ମତ ଦେଉଛନ୍ତି ।

Advertisement

Leave a Reply

Your email address will not be published. Required fields are marked *