Pratidin TV

Odisha's Digital News Platform

ଆସୁଛି ବାତ୍ୟା ରେମାଲ ; ବନ୍ଦ ହେଲା ବିମାନ ସେବା..

1 min read

ଅଶାନ୍ତ ସମୁଦ୍ରରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ।  ଭୟଙ୍କର ରୂପ ନେଇ ମାଡି ଆସୁଛି ବାତ୍ୟା ‘ରେମାଲ ।ଶନିବାର ସକାଳେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହୋଇଥିବା ସଦୃଶ୍ୟ ଲଘୁଚାପ, କିଛି ସମୟ ପରେ ବାତ୍ୟାରେ ପରିଣତ ହେବ । ବାତ୍ୟାର ରୂପ ନେବା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ମଧ୍ୟରାତ୍ରିରେ ଭୀଷଣ ସାମୁଦ୍ରିକ ଝଡ଼ ବା ଭୀଷଣ ବାତ୍ୟାର ରୂପ ନେବ ।  ପରେ ଭୀଷଣ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରି ରବିବାର ମଧ୍ୟରାତ୍ରୀରେ ବାଂଲାଦେଶ ନିକଟସ୍ଥ ପଶ୍ଚିମବଙ୍ଗର ସାଗର ଦ୍ଵୀପ ଓ ଖେପୁପଡ଼ାଠାରେ ଉପକୂଳ ଅତିକ୍ରମ କରିବ ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଲ୍ୟାଣ୍ଡଫଲ୍ କରିବା ସମୟରେ ପବନର ବେଗ ଘଣ୍ଚା ପ୍ରତି ୧୨୦ କିଲୋମିଟର ରହିବ ।  ଝଟକା୍‌ ପବନର ବେଗ ଘଣ୍ଟା ପ୍ରତି ୧୩୫ରୁ ୧୪୦ କି.ମି ରହିପାରେ। ବାତ୍ୟାର ପ୍ରଭାବ ସିଧାସଳଖ ଓଡ଼ିଶାରେ ପଡ଼ିବ ନାହିଁ । ଓଡ଼ିଶାର ଉତ୍ତର ଉପକୂଳରେ ପବନ ସାଙ୍ଗକୁ ବର୍ଷାର ସମ୍ଭାବନା ରହିଛି । ରବିବାର ସକାଳ ସୁଦ୍ଧା ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ପ୍ରବଳ ବର୍ଷା ହୋଇପାରେ ।ଏଣୁ ଆଜି ମଧ୍ୟରାତ୍ରିରୁ କୋଲକାତାରୁ ୨୧ ଘଣ୍ଟା ପାଇଁ ବିମାନ ସେବା ବନ୍ଦ କରାଯାଇଛି ।  ବାତ୍ୟା ‘ରେମାଲ ପ୍ରଭାବ ପାଇଁ ପଶ୍ଚିମବଙ୍ଗ ରବିବାର ଦିନ ୧୨ ଟା ଠାରୁ ସୋମବାର ସକାଳ ୯ ଟା ପର୍ଯ୍ୟନ୍ତ ୨୧ ଘଣ୍ଟା ପାଇଁ କୋଲକାତା ବିମାନବନ୍ଦରେ ବିମାନ ଚଳାଚଳ ସ୍ଥଗିତ ରହିବ। ବିମାନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ କୋଲକାତା ବିମାନବନ୍ଦରର କର୍ତ୍ତୃପକ୍ଷ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *