Pratidin TV

Odisha's Digital News Platform

ଆସୁଛି ବାତ୍ୟା‘ଦାନା’ ; ୨୩ ତାରିଖରୁ ଭାସିବ ଉପକୂଳ ଓଡିଶା, ସାବଧାନ ୧୦୦ରୁ ୧୨୦ କିମି ଛୁଇଁବ ପବନ ….

1 min read

ଦାନା ବାନ୍ଧୁଛି ବାତ୍ୟା ଦାନା । ସତର୍କ କରାଇଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ୨୪ ଘଣ୍ଟାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ପରେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ ଉତ୍ତର ଦିଗରେ ଗତି କରି ୨୨ରେ ଅବପାତ ଓ ୨୩ରେ ବାତ୍ୟାର ରୂପ ନେବ ‘ଦାନା’ ।

ଏହା ୨୪ ତାରିଖ ସକାଳେ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଥିବା କହିଛି । ୨୩ ତାରିଖ ସନ୍ଧ୍ୟାରୁ ୪୦-୪୫ କିମି ଘଣ୍ଟା ପ୍ରତି ରହିବା । ଧୀରେ ଧୀରେ ଏହି ପବନର ବେଗ ବଢିବ । ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ପବନରେ ବେଗ ସର୍ବାଧିକ ରହିବ । ୧୦୦ ରୁ ୧୨୦ କିମି ଘଣ୍ଟା ପ୍ରତି ବେଗରେ ପବନ ବହିବ , ବର୍ଷା ୨୦ ସେମି ପର୍ଯ୍ୟନ୍ତ ହେବ ।

Advertisement

ତେବେ ୨୩, ୨୪ ଓ ୨୫ ତାରିଖରେ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ଯଥା ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଆଦି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି । ଆଜିଠାରୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ସେପଟେ ବାତ୍ୟା କେଉଁଠି ପ୍ରକୃତରେ ହିଟ୍ କରିବ ଏହାର ପ୍ରଭାବ କେତେ ରହିବ ସେନେଇ କିଛି ସ୍ପଷ୍ଟିକରଣ ନମିଳିଥିବା ବେଳେ କିଛି ବିଦେଶୀ ପାଣିପାଗ ସଂସ୍ଥାର ଆକଳନ ଏବେ ଶଙ୍କା ବଢାଇଛି । ୟୁରୋପିଆନ ପାଣିପାଗ ଫୋରକାଷ୍ଟ ଅନୁଯାୟୀ, ବାତ୍ୟା ଦାନା ୨୫ ତାରିଖ ବେଳକୁ ଓଡିଶା ଉପକୂଳ ପୁରୀ ନିକଟରେ ମାଡ ହୋଇପାରେ । ସେହିପରି ଜର୍ମାନୀ ପାଣିପାଗ ସଂସ୍ଥା ଆଇକନର ଆକଳନ ଅନୁଯାୟୀ ଏହା ଓଡିଶାର ଉପକୂଳ ଅଞ୍ଚଳ ପୁରୀରେ ନିକଟରେ ସ୍ଥଳ ଛୁଇଁପାରେ । ଅନ୍ୟପଟରେ ଗ୍ଲୋବାଲ ଫୋରକାଷ୍ଟ କହୁଛି, ଏହା ୨୪ ତାରିଖ ବେଳକୁ ସ୍ଥଳଭାବଗ ଛୁଇଁଲା ବେଳକୁ ଏହାର ପଶ୍ଚିମବଙ୍ଗ ଉପକୂଳ ମୁହାଁ ହୋଇ ସୁନ୍ଦରବନ ଆଡକୁ ମୁହାଁଇବ ।

Leave a Reply

Your email address will not be published. Required fields are marked *