Pratidin TV

Odisha's Digital News Platform

ସକ୍ରିୟ ହେଲା ଘୂର୍ଣ୍ଣିବଳୟ : ୧୯ରେ ପୁଣି ଲଘୁଚାପ

1 min read

ଭୁବନେଶ୍ୱର : ଆଜି ଦକ୍ଷିଣ ମିଆଁମାର ଏବଂ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ବାୟୁମଣ୍ଡଳରେ ୫.୮ କିମି ଯାଏଁ ଗୋଟିଏ ଘୂର୍ଣ୍ଣି ବଳୟ ସକ୍ରିୟ ରହିଛି । ଏହା ପ୍ରଭାବରେ ଅଗଷ୍ଟ ୧୯ ତାରିଖ ପାଖାପାଖି ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା କାଲିଠାରୁ ବର୍ଷା ଆରମ୍ଭ ହୋଇଯିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଡଃ ସଂଜୀବ ଦ୍ୱିବେଦୀ ।


ଆସନ୍ତାକାଲି ସକାଳ ୮.୩୦ ସୁଦ୍ଧା ଢେଙ୍କାନାଳ, ସୁନ୍ଦରଗଡ, ଦେଓଗଡ଼, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କେନ୍ଦୁଝର, ମୟୁରଭଂଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଓ କଟକ ରେ ପ୍ରବଳ ବର୍ଷା ନେଇ ୟେଲୋ ୱାଣିଂଜାରି ହୋଇଛି।

Advertisement


୧୯ତାରିଖରୁ ବର୍ଷା ବଡିବା ନେଇ ୧୭ ଜିଲାକୁ ଅରେଞ୍ଜ ସହ ୧୩ ଜିଲାକୁ ଅରେଞ୍ଜ ୱାଣିଂ ଜାରି ହୋଇଛି। ସେହିଭଳି ୨୦ ତାରିଖରେ ୮ ଜିଲାକୁ ଅରେଞ୍ଜ ସହ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଏହା ସହ ରାଜ୍ୟର ସମସ୍ତ ନଦୀ ଅବବାହିକାରେ ବର୍ଷା ହେବ। ୧୯ ତାରିଖରୁ ଛତିଶଗଡ଼ରେ ବର୍ଷା ହେବ। ଫଳରେ ମହାନଦୀ ଉପର ମୁଣ୍ଡରେ ବର୍ଷା ସହ ନଦୀ ଜଳସ୍ତର ବୃଦ୍ଧି ପାଇବ। ଏନେଇ ମତ୍ସ୍ୟ ଜୀବି ମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।


ତେବେ ରାଜ୍ୟରେ ପୁଣି ଲଗାଣ ବର୍ଷା ଥିବାରୁ ଏହା ବନ୍ୟା ପରିସି୍ଥତିକୁ ବିଗାଡି ପାରେ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ।

Leave a Reply

Your email address will not be published. Required fields are marked *