Pratidin TV

Odisha's Digital News Platform

ମୁକ ବଧିର ଝିଅକୁ ପ୍ରେମ ପରେ ବିବାହକରି ଦେଖାଇଛି ନିଃସ୍ୱାର୍ଥ ପ୍ରେମର ଏକ ସଫଳ କାହାଣୀ….

ବାଲେଶ୍ୱର: ପ୍ରେମ ଏକ ଏମିତି ଜିନିଷ କେବେ କେଉଁଠି କେତେବେଳେ ହୋଇଥାଏ ନା ଦେଖେ ଜାତି ନା ଥାଏ ଗୁତ୍ର।ଅଧିକାଂଶ ଜାଗାରେ ପ୍ରେମ ପ୍ରତାରଣା ର ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ଆଜି ଏଭଳି ମହାନ ଦୃଶ୍ୟ ଦେଖିବାକୁ ମିଳିଛି। ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ କସବାଜୟପୁର ପଂଚାୟତ ଜିରତାଳ ଗ୍ରାମରେ।ମହାନତା ଦେଖାଇଛନ୍ତି କସବା ଜୟପୁର ପଞ୍ଚାୟତ ଜିରତାଳ ଗ୍ରାମ ର ଯୁବକ ମହେଶ୍ୱର ମଲିକ । ସୂଚନା ଅନୁସାରେ ଜିରତାଳ ଗ୍ରାମ ରେ।କୋଚିଆ କୋଇଲି ଗ୍ରାମର ବାବୁ ମଲିକ ଙ୍କ ଝିଅ ରୁକ୍ମଣୀ ମଲିକ ଜନ୍ମ ରୁ ମୁକ ବଧିର ଅଟନ୍ତି। ଦୁଇ ବର୍ଷ ପୂର୍ବେ ଏକ ବିବାହରେ ଦେଖା ହୋଇଥିଲେ ଝିଅ ରୁକ୍ମଣୀ ମଲିକଓ ଯୁବକ ମହେଶ୍ୱର ମଲିକ ପରେ ପରସ୍ପରଙ୍କ ମଧ୍ୟରେ ଗଢିଉଠିଲା ପ୍ରେମ ସମ୍ପର୍କ।ଉଭୟ ପରିବାର ଲୋକ ଜାଣିବା ପରେ ସମସ୍ତ ଙ୍କ ସହମତି କ୍ରମେ ରୀତିନୀତି ଅନୁସାରେ ଆଜି ଉଭୟ ବାନ୍ଧି ହେଲେ ବିବାହ ବନ୍ଧନରେ। ବାହାନଗା ରେ ଥିବା ଲର୍ଡ ଲକ୍ଷ୍ମୀନାରାୟଣ ଦୁର୍ଗା ମନ୍ଦିରରେ ଉଭୟଙ୍କ ପରିବାର ର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ସମ୍ପର୍ଣ୍ଣ ହୋଇଛି ଏହି ବିବାହ।ଏଭଳି ମହାନ ନିଷ୍ପତି ନେଇଥିବାରୁ ଉଭୟ ମହେଶ୍ୱର ଏବଂ ରୁକ୍ମଣୀ ଙ୍କୁ ଆଶୀର୍ବାଦ କରିଛନ୍ତି ଗ୍ରାମବାସୀ। ବିବାହ କୁ ନେଇ ବେସ ଖୁସୀ ଅଟନ୍ତି ଉଭୟ ପ୍ରେମୀ ଯୁଗଳ। ଏହି ପ୍ରେମ କାହାଣୀ ଅଞ୍ଚଳରେ ବେସ ଚର୍ଚ୍ଚାରେ ଖେଳିଯାଇଛି । ଆଜି ମହେଶ୍ୱର ଙ୍କ ବାସଭବନରେ ଚତୁର୍ଥ ଭଜନ ପାଳନ କରାଯାଉଛି, ଏହି ଚତୁର୍ଥ ଭୋଜନ ରେ ଗ୍ରାମବସୀ ଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବ ,ସାହୀ ପଡୋଶୀମାନେ ବର କନିଆଁ କୁ ଆର୍ଶୀବାଦ ଦେବା ସହିତ ଆନନ୍ଦ ରେ ଚତୁର୍ଥ ଭୋଜନ ଖାଇ ଫେରିଛନ୍ତି |

Leave a Reply

Your email address will not be published. Required fields are marked *