Pratidin TV

Odisha's Digital News Platform

୮ ଜଣିଆ ଇଞ୍ଜିନିୟର ଟିମ୍ ପ୍ରସ୍ତୁତ କଲେ ବିଶ୍ୱର ସବୁଠୁ ଲମ୍ବା ସାଇକେଲ

1 min read

ଅନେକ ପ୍ରକାର ସାଇକେଲ ବିଷୟରେ ଶୁଣିଥିବେ ଏବଂ ଦେଖିଥିବେ, କିନ୍ତୁ ବର୍ତ୍ତମାନ ବିଶ୍ୱର ଦୀର୍ଘତମ ସାଇକେଲ ଦେଖିବେ, ଯାହା ବିଷୟରେ ପୂର୍ବରୁ ଶୁଣି ନଥିବେ କି ଦେଖିନଥିବେ | ଦୁନିଆର ଦୀର୍ଘତମ ସାଇକେଲ ଯାହା ୧୮୦ ଫୁଟ ୧୧ ଇଞ୍ଚ ବିଶିଷ୍ଟ |

ନେଦରଲାଣ୍ଡର ୮ ଜଣ ଇଞ୍ଜିନିୟରିଂ ବିଶେଷଜ୍ଞ ଏକ ନିଆରା ଉପଲବ୍ଧି ହାସଲ କରିଛନ୍ତି । ସେମାନେ ୧୮୦ ଫୁଟ ୧୧ ଇଞ୍ଚ ବିଶିଷ୍ଟ ବିଶ୍ଵର ସବୁଠୁ ଲମ୍ବା ବାଇସାଇକେଲ ପ୍ରସ୍ତୁତ କରିଛନ୍ତି ଯାହାକି ଗିନିଜ୍ ରେକର୍ଡରେ ସ୍ଥାନ ପାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ସାଇକେଲଟି ସମ୍ପୂର୍ଣ୍ଣ ଭାବେ ଚଳାଇବା ଯୋଗ୍ୟ । କିନ୍ତୁ ଅବଶ୍ୟ ସହର ମଧ୍ୟରେ ସବୁଦିନ ଏହାକୁ ଚଳାଇବା ସମ୍ଭବପର ନୁହେଁ ।

Advertisement

ଗିନିଜ୍ ରେକର୍ଡ ଅନୁସାରେ, ଛାତ୍ରମାନଙ୍କର ଏହି ଟିମ୍ବର ନେତୃତ୍ଵ ନେଇଥିଲେ ୩୯ ବର୍ଷୀୟ ଇଭାନ୍ ସିହକ । ସେ ଦୀର୍ଘ ଦିନ ହେଲା ଏନେଇ ସ୍ୱପ୍ନ ଦେଖୁଥିଲେ । ୨୦୧୮ ମସିହାରେ ସେ ଏହି ପ୍ରକଳ୍ପ ଉପରେ କାମ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ନିଜ ଟିମ୍‌ର ଅନ୍ୟମାନଙ୍କର ସହଯୋଗ ନେଇଥିଲେ । ତେବେ କୋଭିଡ୍ ଯୋଗୁଁ ସେମାନଙ୍କର କାର୍ଯ୍ୟ ୨ ବର୍ଷ ଲାଗି ବନ୍ଦ ରହିଥିଲା । ଶେଷରେ ୮ ଜଣିଆ ସେହି ଟିମ୍ କାର୍ଯ୍ୟରେ ସଫଳ ହୋଇଥିଲେ ।

ସାଇକେଲ୍‌ର ସାମ୍ନା ଓ ପଛ ଭାଗକୁ ସେମାନେ ପ୍ରସ୍ତୁତ କରିଥିବାବେଳେ ମଧ୍ୟଭାଗକୁ ଲମ୍ବା ଷ୍ଟିଲ୍ ଜିନିଷ ପ୍ରସ୍ତୁତ କରୁଥିବା ଏକ କମ୍ପାନୀଠାରୁ କିଣାଯାଇଥିଲା । ଗିନିଜ୍ ରେକର୍ଡ ଅଧିକାରୀଙ୍କ ନିକଟରେ ଇଭାନ୍‌ଙ୍କ ଟିମ୍‌ର ସଦସ୍ୟମାନେ ସାଇକେଲକୁ ପ୍ରାୟ ୧୦୦ ମିଟର ଚଳାଇ ଦେଖାଇଥିଲେ । ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ବର୍ନି ରେୟାନ୍‌ଙ୍କ ନାମରେ ଥିଲା । ତାଙ୍କର ସାଇକେଲର ଲମ୍ବା ଥିଲା ୧୫୫ ଫୁଟ ୮ ଇଞ୍ଚ । ଇଭାନ୍‌ଙ୍କର ଏହି ସାଇକେଲ ଏବେ ଏକ ସ୍ଥାନୀୟ ସଂଗ୍ରହାଳୟରେ ସ୍ଥାନ ପାଇଛି ।

Leave a Reply

Your email address will not be published. Required fields are marked *