Pratidin TV

Odisha's Digital News Platform

ଦୋଳମୁଣ୍ଡାଇ ଛକରେ ଭୟଙ୍କର ଦୁର୍ଘଟଣା , ଯୁବକଙ୍କ ଉପରେ ମାଡିଗଲା ଟ୍ରକ୍ ।

1 min read

କଟକ : କଟକ ଦୋଳମୁଣ୍ଡାଇ ଛକ ନିକଟରେ ଦୁର୍ଘଟଣା । ଜଣେ ଲୋକ ଙ୍କ ଉପରେ ଚଢ଼ିଗଲା ଟ୍ରକ । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଙ୍କ ଘର ଭଗତପୁର ଅଞ୍ଚଳର ହୋଇଥିବା ବେଳେ ତାଙ୍କ ନାମ ପ୍ରମୋଦ କୁମାର ମୁଦୁଲି । ବୟସ ୪୦ ବର୍ଷ । ସେ ଟେଲର କାମ କରନ୍ତି । ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ରାଗରେ ସ୍ଥାନୀୟ ଲୋକେ ଢେଲା ମାରି ଟ୍ରକର କାଚ ମଧ୍ୟ ଭାଙ୍ଗି ଥିଲେ । କିଛି ସମୟ ହୋହାଲ୍ଲା ହେବା ସହ ରାସ୍ତା ଯାମ ମଧ୍ୟ ହୋଇଥିଲା । ପରେ ବାଦାମବାଡ଼ି ଥାନା ପୋଲିସ ଏବଂ ଜୋନ -୬ ଏସିପି ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ପରେ ଉତ୍ତେଜନା କମିଥିଲା ।

Leave a Reply

Your email address will not be published. Required fields are marked *