Pratidin TV

Odisha's Digital News Platform

ରହସ୍ୟମୟ ରତ୍ନ ଭଣ୍ଡାରରୁ ଶୁଭୁଛି ଭୟଙ୍କର ଶବ୍ଦ ! ଚର୍ତୁଃପାଶ୍ୱର୍କୁ ଘେରିଛନ୍ତି ବିଷଧର ସାପ !

ରହସ୍ୟମୟ ରତ୍ନଭଣ୍ଡାରରୁ ଶୁଭୁଛି ରହସ୍ୟମୟ ଶବ୍ଦ | ଚତୁର୍ପାଶ୍ୱକୁ ଘେରିଛନ୍ତି ବିଷଧର ସାପ ! ସୁରକ୍ଷିତ ଅଛି ରତ୍ନଭଣ୍ଡାର | କାହିଁକି ବାରମ୍ବାର ରତ୍ନଭଣ୍ଡାର ଖୋଲିବାରେ ହେଉଛଗଇ ବିଭ୍ରାଟ | ପୁଣି ଥରେ ନୂଆ ସରକାର ରତ୍ନଭଣ୍ଡାର ଖୋଲିବା ନେଇ ଆଲୋଚନା କରିବା ପରେ ରତ୍ନଭଣ୍ଡାରରୁ ବର୍ତ୍ତମାନ ଶୁଣାଯାଉଛି ଭୟଙ୍କର ଶବ୍ଦ |

ତେବେ ଏପରି ଶବ୍ଦ ସେହି ସମୟରେ ଶୁଣାଯାଉଛି ଯେଉଁ ସମୟରେ ରତ୍ନଭନ୍ଦ୍ର ଖୋଲିବା ପାଇଁ ଗୋଟେ ପାଦ ଅଗରକୁ ବଢୁଛି | ପ୍ରତିଥର ଘଟୁଛି ବିଭ୍ରାଟ | ଠିକ ଏହିପରି ଘଟଣା ୨0୧୮ ମସିହାରେ ଘଟିଥିଲା | ରତ୍ନଭଣ୍ଡାର ଖୋଲିବା ନେଇ ପ୍ରଶାସନ ପ୍ରସ୍ତୁତ ମଧ୍ୟ ହୋଇଥିଲା | କିନ୍ତୁ ସାମ୍ନାକୁ ଆସିଥିଲା ଅଜବ ଘଟଣା | ରତ୍ନଭଣ୍ଡାରକୁ ଘେରି ରହିଥିଲେ ଶ୍ରୀ ଲୋକନାଥଙ୍କ ଚଳନ୍ତି ପ୍ରତିମା | ଝା ଵ୍ରତାମନ ସମାନ ଚର୍ଚ୍ଚା ହେଉଛି | ଏହି କାରଣରୁ ଏପର୍ଯ୍ୟନ୍ତ ସୁରକ୍ଷିତ ରହିଛି ଶ୍ରୀମନ୍ଦିରର ରତ୍ନଭଣ୍ଡାର | ତେବେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଏଥିରେ ସାପ ଅଛି କି ନାହିଁ ସେନେଇ କୌତୁହଳ ମଧ୍ୟ ଲାଗି ରହିଛି |

ରତ୍ନଭଣ୍ଡାର ସହ ଯେତିକି ରହସ୍ୟ ଯୋଡି ହୋଇରହିଛି ସବୁଠୁ ବଡ ରହସ୍ୟ ହେଉଛି ଏହି ସାପକୁ ନେଇ | କୁହାଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନଭଣ୍ଡାରକୁ ଘେରି ରହିଛନ୍ତି ବିଷଧର ସାପ | ତେବେ ଏନେଇ କୌଣସି ପ୍ରାମାଣିକ ତଥ୍ୟ ମିଳିନଥିବା ବେଳେ ଶ୍ରୀମନ୍ଦିର ପଣ୍ଡା ରାମକୃଷ୍ଣ ଦାସ ମଧ୍ୟ ନିଜେ ଶୁଣିଛନ୍ତି ଏପରି ଶବ୍ଦ |

ତେବେ ଲୋକକଥା ଅନୁଯାୟୀ ବିଶ୍ୱାସ କରାଯାଏ ଯେ, ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ଜଗିରହିଛନ୍ତି ଶ୍ରୀ ଲୋକନାଥଙ୍କ ଚଳନ୍ତି ପ୍ରତିମା | ଏପରି ମଧ୍ୟ କୁହାଯାଏ ରତ୍ନଭଣ୍ଡାର ଖୋଲିବାକୁ ପ୍ରୟାସ ବେଳେ ବିଷଧର ସାପଙ୍କ ଗର୍ଜନ ଶୁଣାଯାଏ | ଏହିସବୁ ଲୋକକଥାରେ ବର୍ଷ ବର୍ଷ ଧରି ରହସ୍ୟମୟ ଘେରରେ ରହିଛି ରତ୍ନଭଣ୍ଡାର |

Leave a Reply

Your email address will not be published. Required fields are marked *