Pratidin TV

Odisha's Digital News Platform

ପୋଲିସ ଘରେ ପଶି ଲୁଟିଲେ ଦୁର୍ବୁର୍ତ୍ତ, ବାହାରୁ କବାଟ ବନ୍ଦ କରି ବୃଦ୍ଧାଙ୍କୁ କଲେ ଲହୁଲୁହାଣ..

1 min read

ଭଦ୍ରକ: ରାଜ୍ୟରେ ବଢିଚାଲିଛି ଚୋର ଲୁଟେରାଙ୍କ ଉତ୍ପାତ । ସାଧାରଣ ଲୋକଙ୍କ ଘରେ ପଶି ଚୋର କଳାକନା ବୁଲାଉଥିବା ବେଳେ ଏଥର କିନ୍ତୁ ପୋଲିସଙ୍କ ଘରେ ପଶିଗଲା ଚୋର । ଆଉ ଘରେ ପଶି ବୁଲାଇଦେଲେ କଳାକନା । ୪ପୁଅ ଘରେ ନଥିବା ବେଳେ ଘରେ ରୁହନ୍ତି ବୃଦ୍ଧ ବାପା ମାଆ । ଆଉ ଏହାର ସୁଯୋଗ ନେଇ ଚୋରି କରିବାର ଯୋଜନା କରିଥିଲା ଚୋର । ପୁଅମାନେ ପୋଲିସ ବିଭାଗ ରେ କାର୍ଯ୍ୟ କରୁଛନ୍ତି । ତଥାପି ସୂଚନାମୁତବାକ ଭଦ୍ରକ ବ୍ଲକ ସାବରଙ୍ଗ ଥାନା ଅଧୀନ ଗୋରାମାଟି ପଂଚାୟତ ଚକପୁର ରେ ଘଟିଛି ଏଭଳି ବଡ଼ ଧରଣର ଡକାୟତି । ଡକାୟତି ରେ ଶିକାର ହୋଇଥିବା ପ୍ରମିଳା ପଲାଇ ଙ୍କ ସ୍ୱାମୀ ଅଭୟ ପଳାଇ ଜଣେ ଅବସରପ୍ରାପ୍ତ ଭିଜିଲାନ୍ସ ଅଧିକାରୀ ଥିବା ବେଳେ ତାଙ୍କ ଚାରିପୁଅ ପୋଲିସ, ଭିଜିଲାନ୍ସ, ବିଏସଏଫ ରେ କାର୍ଯ୍ୟରତ ଅଛନ୍ତି । ତେଣୁ ପୁଅ ବୋହୁଙ୍କ ଅନୁପସ୍ଥିତି ଓ ବୃଦ୍ଧ ଙ୍କ ଅକ୍ଷମତା ର ସୁଯୋଗ ନେଇ ବିଳମ୍ବିତ ରାତିରେ ଘରେ ପଶିଥିଲା ଚୋର ।

ପ୍ରମିଳାଙ୍କ ସ୍ୱାମୀ ଶୋଇଥିବା ଘର ବାହାର ପଟୁ କବାଟ ଦେଇ ପ୍ରମିଳାଙ୍କ ଘରେ ପଶି ପ୍ରଥମେ ପ୍ରମିଳାଙ୍କୁ ଘରର ଗହଣା ଓ ଟଙ୍କା ଥିବା ବାକ୍ସ ର ଚାବି ମାଗିଥିଲେ ତେବେ ପ୍ରମିଳା ନଦେବାରୁ ପ୍ରମିଳାଙ୍କୁ ମାରି ଲହୁଲୁହାଣ କରିଥିଲେ ଚୋର ଶେଷରେ ପ୍ରମିଳାଙ୍କ ପାଖରୁ ଚାବିନେଇ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର ସହ ୫ ଲକ୍ଷ ନଗଦ ଟଙ୍କା ନେଇଯାଇଥିଲେ । ତେବେ ଭୋର ସମୟରେ ଗ୍ରାମବାସୀ ଖବର ପାଇ ପ୍ରମିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ମୁଖ୍ୟଚିକିତ୍ସାଳୟ କୁ ଆଣି ଚିକିତ୍ସା କରାଇଛନ୍ତି । ଚୋରି ହୋଇଥିବା ସାମଗ୍ରୀ ର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ବୋଲି ଜଣାପଡିଛି ।ତେବେ ଏଭଳି ଘଟଣା ସମ୍ପୃକ୍ତ ଅଂଚଳର କେବଳ ଅଭୟ ପଲାଇ ଙ୍କ ସହ ନାରାୟଣ ବେହେରା ଙ୍କ ଘରୁ ମଧ୍ୟ ଲୁଟ କରିଛନ୍ତି ।ତେବେ ସକାଳୁ ଖବର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏ ବାବଦରେ ଶାବରଙ୍ଗ ଥାନାରେ ପରିବାର ତରଫରୁ ଏତଲା ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *