କଟକରେ ବୁଲୁଛି ବାଘ , ଭୟରେ ସାଧାରଣ ଲୋକ ।
1 min readକଟକ : କଟକ ଗତିରାଉତ ପାଟଣା ଗେଲ୍ ଇଣ୍ଡିଆ ଗ୍ୟାସ ପାଇପ୍ ପାଖ ଅଞ୍ଚଳରେ ଏକ ବାଘ ବୁଲୁଥିବା ର ଭିଡିଓ ଭାଇରାଲ ହେବାରେ ଲାଗିଛି । ପ୍ରକୃତରେ ଏହା ଏକ ଜଙ୍ଗଲ କ୍ୟାଟ ବା ବଣ ଭୂଆ ବୋଲି କହିଛନ୍ତି ବନ ଅଧିକାରୀ। ଅନ୍ୟପଟେ ବାଘ ବୁଲୁଥିବା ଖବର ଗତ କାଲିଠାରୁ ପ୍ରଚାରିତ ହେବା ପର ଠାରୁ ସ୍ଥାନୀୟ ଗତିରାଉତ୍ ପାଟଣା ଅଞ୍ଚଳରେ ଲୋକଙ୍କ ମନରେ ଭୟ ଖେଳି ଯାଇଥିବା ସହ ଠେଙ୍ଗା ବାଡ଼ି ଧରି ଲୋକେ ଜଗିବାରେ ଲାଗିଥିଲେ । ଜଙ୍ଗଲ ଭୁଆ କୌଣସି ପ୍ରକାରେ କ୍ଷତି କରନ୍ତି ନାହିଁ ବୋଲି ମଧ୍ୟ ବନ ଅଧିକାରୀ ସୂଚନା ଦେଇଛନ୍ତି ।