Pratidin TV

Odisha's Digital News Platform

ଦୀପାବଳୀ ଆଗରୁ ଘଟିଲା ଅଘଟଣ, ଘାଟିରେ ଓଲଟିଲା ବାଲି ବୋଝେଇ ଟିପ୍ପର,ଶ୍ରମିକ ମୃତ

ଗଜପତି: ଥମୁନି ଦୁର୍ଘଟଣା । ଚାଲିଯାଉଛି ନିରୀହ ଜୀବନ । ଆଜି ସକାଳେ ଏକ ବାଲି ବୋଝେଇ ଟିପର ଘାଟି ଉଠୁଥିବା ବେଳେ ଘଟି ଉପରକୁ ଉଠି ପାରି ନଥିଲା । ଫଳରେ ଗାଡିଟି ପଛକୁ ଖସି ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଏହି ଦୁର୍ଘଟଣା ଯୋଗୁଁ ଗାଡିଟି ବସିଥିବା ଏକ ଶ୍ରମିକ ଉପରେ ମାଡି ଯାଇଥିଲା । ଘଟଣା ସ୍ଥଳରେ ହିଁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ମୋହନା ଥାନା ଚନ୍ଦ୍ରଗିରି ରାଉତ ସାହିର ମିଟୁ ମହାକୁଡ଼ । ଗଜପତି ଜିଲ୍ଲା ମୋହନା ଥାନା ଜରଉ ଝୁଲା ସାହି ନିକଟ ଘାଟିରେ ଘଟିଛି ଏହି ଦୁଃଖଦ ଘଟଣା । ଗାଡ଼ିର ଡ୍ରାଇଭର ଓ ହେଲ୍ପର ଗାଡିରୁ ଡେଇଁ ପଡ଼ିଥିବା ବେଳେ ଗାଡ଼ି ତଳେ ଚାପି ହୋଇ ଶ୍ରମିକ ଜଣକ ରହି ଯାଇଥିଲେ । ସ୍ଥାନୀୟ ଲୋକ ମୃତଦେହକୁ ଗାଡ଼ି ତଳୁ ବାହାର କରିଥିଲେ । ଖବର ପାଇ ମୋହନା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *