Pratidin TV

Odisha's Digital News Platform

ବିଶ୍ୱର ସବୁଠୁ ଉଚ୍ଚ ରେଳବ୍ରିଜ୍ ଉପରେ ଗଡ଼ିଲା ଟ୍ରେନ୍, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ X ରେ କଲେ ଭିଡ଼ିଓ ପୋଷ୍ଟ

1 min read

ବିଶ୍ୱର ସର୍ବୋଚ୍ଚ ରେଳବ୍ରିଜ ଉପରେ ଗଡ଼ିଲା ଟ୍ରେନ | ସଫଳ ହେଲା ପରୀକ୍ଷା | ପରୀକ୍ଷାମୂଳକ ଭାବେ ଚେନାବ ବ୍ରିଜ୍ ଉପରେ ଭାରତୀୟ ରେଲୱେ ପକ୍ଷରୁ ଇନ୍ସପେକ୍ସନ କାର୍ ଛଡାଯାଇଥିଲା। ମ୍ମୁ କଶ୍ମୀରର ସଙ୍ଗଲଦାନରୁ ରିଆସି ଯାଏଁ ଟ୍ରେନ ସଫଳତା ଭାବେ ଚଳାଚଳ କରିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି |

ସଙ୍ଗଲଦାନରୁ ରିଆସି ଚଳାଚଳ ମଧ୍ୟରେ ଟ୍ରେନ୍‌ଟି ସଫଳତାର ସହ ଚେନାବ ବ୍ରିଜ୍ ମଧ୍ୟ ଅତିକ୍ରମ କରିଛି। କେବଳ ଟନେଲ୍-୧ର ଅଳ୍ପ କିଛି କାମକୁ ବାଦ୍ ଦେଲେ ଉଦ୍ଧମପୁର-ଶ୍ରୀନଗର-ବାରମୁଲା ରେଲ୍ ଲିଙ୍କର ବଳକା ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ରେଳମନ୍ତ୍ରୀ ସୂଚନା ଦେଇଛନ୍ତି।

Advertisement

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋସିଆଲ ମିଡିଆ ହ୍ୟାଣ୍ଡେଲ “X” ରେ ଚାଲିଥିବା ଏହି ପରୀକ୍ଷଣର ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ ଚେନାବ ବ୍ରିଜ ପାର ହେବା ସହିତ ସାଙ୍ଗଲଡାନରୁ ରେସି ପର୍ଯ୍ୟନ୍ତ ପ୍ରଥମ ଟ୍ରାଏଲ ଟ୍ରେନ ସଫଳତାର ସହ ଚାଲିଛି। USBRL ପାଇଁ ସମସ୍ତ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି ସମାପ୍ତ ହୋଇଛି, କେବଳ ଟନେଲ୍ ନମ୍ବର ଏକ ଆଂଶିକ କାର୍ଯ୍ୟ ବାକି ଅଛି |

ସୂଚନା ଅନୁସାରେ ୨୦ ଫେବୃଆରୀ ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ଉଧମପୁର ଶ୍ରୀନଗର ବାରାମୁଲା ରେଲ ଲିଙ୍କ୍ ପ୍ରଜେକ୍ଟ ଚଳିତ ବର୍ଷ ଶେଷ ସୁଦ୍ଧା ସମାପ୍ତ ହେବ ବୋଲି ଆଶା କରାଯାଉଛି।

ତେବେ ଚେନାବ ରେଲ ବ୍ରିଜ୍ ନିର୍ମାଣରେ ମୋଟ ୩୦,୦୦୦ ମେଟ୍ରିକ୍ ଟନ୍ ଷ୍ଟିଲ୍ ବ୍ୟବହୃତ ହୋଇଛି। ୧୪୮୬ କୋଟି ଟଙ୍କା ମୂଲ୍ୟରେ ଏହି ପୋଲକୁ ନିର୍ମାଣ କରାଯାଇଛି। ଏହା ଘଣ୍ଟା ପ୍ରତି ୨୬୦ କିଲୋମିଟର ପର୍ଯ୍ୟନ୍ତ ପବନର ବେଗକୁ ସହ୍ୟ କରିପାରିବ। ଟ୍ରେନ୍ ୭ଟି ଷ୍ଟେସନ ଦେଇ ବାରାମୁଲାରେ ପହଞ୍ଚିବ। ଉପତ୍ୟକାର ଲୋକଙ୍କୁ ସହଜ ଯାତାୟତ ସୁବିଧା ଯୋଗାଇବା ଏହାର ଉଦ୍ଦେଶ୍ୟ ରହିଛି।

Leave a Reply

Your email address will not be published. Required fields are marked *