Pratidin TV

Odisha's Digital News Platform

ରାସ୍ତା କଡରେ ଶୋଇଥିଲା ବେଳେ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ୍‌, ୮ ମୃତ

ଉତ୍ତରପ୍ରଦେଶର ହାର୍ଡୋଇରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ବାଲିରେ ଭର୍ତ୍ତି ହୋଇଥିବା ଏକ ଟ୍ରକ ନିୟନ୍ତ୍ରଣ ବାହାରକୁ ଯାଇ ଆଜି ଭୋରୁ ରାସ୍ତା କଡରେ ଥିବା ଏକ କୁଡ଼ିଆ ଘରେ ଶୋଇଥିବା ପରିବାର ଉପରେ ଓଲଟି ପଡିଥିଲା ​​ଯାହା ଫଳରେ ସମସ୍ତ ୮ ଜଣଙ୍କର ମୃତ୍ୟୁ ଘଟିଥିଲା। । ଏହି ଦୁର୍ଘଟଣା ଯୋଗୁଁ ଏହି ଅଞ୍ଚଳରେ ବିଶୃଙ୍ଖଳା ଦେଖାଦେଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜେସିବି ଏବଂ ହାଇଡ୍ରାର ସହାୟତାରେ ଟ୍ରକ ତଳେ ଦବି ହୋଇଥିବା ସମସ୍ତ ଲୋକଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ହରଦୋଇ ମଲ୍ଲାମ୍ବା ଥାନା ଅଞ୍ଚଳରେ ଆଜି ଭୋରୁ ଏହି ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଥିବା ଏକ କୁଡ଼ିଆ ଘରେ ଗୋଟିଏ ପରିବାରର ୮ ଜଣ ଲୋକ ଶୋଇଥିବା ବେଳେ ଦ୍ରୁତ ଗତିରେ ଆସି ଏକ ବାଲି ବୋଝେଇ ଟ୍ରକ୍‌ ସେମାନଙ୍କ ଉପରେ ଓଲଟି ପଡିଛି। ଏଥିରେ ସମସ୍ତଙ୍କ ମୃତ୍ୟୁ ହୋଇଛି।

ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ, ୨ ମହିଳା, ଏବଂ ୪ ଜଣ ଶିଶୁ ଥିବା ସୂଚନା ମିଳିଛି | ସମସ୍ତେ ଗୋଟିଏ ପରିବାର ବୋଲି ଜଣାପଡିଛି | ତେବେ ପରିବାର କୁଡ଼ିଆ ଘର କରି ରହୁଥିଲେ। ପ୍ରତି ଦିନ ଭଳି ମଙ୍ଗଳବାର ମଧ୍ୟ ରାତିରେ ଖାଇବା ପରେ ନିଜ କୁଡ଼ିଆ ଘରେ ଶୋଇଥିଲେ। ତେବେ ବୁଧବାର ଭୋରୁ ଏକ ଟ୍ରକ ଗଙ୍ଗା କୂଳରୁ ବାଲି ଖନନ କରିବା ପରେ ହରଦୋଇ ଆଡକୁ ଯାଉଥିଲା। ଅତ୍ୟଧିକ ବାଲି ବୋଝେଇ ହୋଇଥିବା ଯୋଗୁ ଟ୍ରକଟି ନିୟନ୍ତ୍ରଣ ହରାଇଥିଲା | ରାସ୍ତାରୁ ଟର୍ଣିଂବେଳେ ନିୟନ୍ତ୍ରଣ ହରାଇ ଓଳତିପାଦି ଶୋଇଥିବା ପରିବାର ଉପରେ ଓଲଟି ପଡିଥିଲା | ୮ ଜଣ ମୃତ ହୋଇଥିବା ବେଳେ ଜଣେ ଶିଶୁ ଆହତ ହୋଇଥିଲା | ତୁରନ୍ତ ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନରେ ଭର୍ତ୍ତି କରିଛି |

Leave a Reply

Your email address will not be published. Required fields are marked *