Pratidin TV

Odisha's Digital News Platform

କାର୍‌- ବାଇକ୍‌କୁ ଧକ୍କା ଦେଇ ଘାଟିରୁ ଓଲଟିଲା ଟ୍ରକ୍ ; ୨ ମୃତ, ୩ ଆହତ

ଗଞ୍ଜାମ ; ସକାଳୁ ସକାଳୁ ବଡ ଅଘଟଣ । ଖଲ୍ଲିକୋଟ ବଡଘାଟିରେ ବାଇକ୍ –କାରକୁ ଧକ୍କା ଦେଇ ଓଲଟିଲା ଟ୍ରକ୍ । ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ବଡ଼ ଘାଟି ରେ ଏକ ମାଲ ବୋଝେଇ ଟ୍ରକ ବ୍ରେକ୍ ଫେଲ୍ ହେବା ଯୋଗୁଁ ଭାରସାମ୍ୟ ହରାଇ ପ୍ରଥମେ ଏକ ବାଇକ୍ କୁ ଧକ୍କା ଦେଇ ରାସ୍ତା ଉପରେ ଛିଡା ହୋଇଥିବା ଏକ କାର ପୁଣି ଧକ୍କା ଦେଇ ଘାଟି ରୁ ଓଲଟି ପଡ଼ିଛି । ଫଳରେ ଟ୍ରକ ଡ଼୍ରାଇଭର ସମେତ ବାଇକ୍ ରେ ଯାଉଥିବା ମହିଳା ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିବା ସହିତ ୩ ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ଗକଉଏ କୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ଏକ କାଜୁ ତେଲ ବୋଝେଇ ଟ୍ରକ ପଲାସା ଠାରୁ ବାହାରି କଲିକତା ଅଭିମୁଖେ ଯାଉଥିବାବେଳେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ବଡଘାଟି ହରିଡା ମୁଳ ନିକଟରେ ବ୍ରହ୍ମପୁର ଠାରୁ ବିକ୍ରମ ପୁର ଯାଉ ଥିବା ଏକ ଚଳନ୍ତା ବାଇକ୍ କୁ ଧକ୍କା ଦେଇ ଓଲଟି ପଡିଥିଲା । ଉକ୍ତ ବାଇକ୍ ରେ ଭାଇ , ଭଉଣୀ , ଓ ଭଣଜା ଦୁର୍ଘଟଣା ର ଶିକାର ହୋଇଥିଲେ ।

ଘଟଣା ସ୍ଥଳରେ ବିକ୍ରମପୁର ଗାଁ ର ବିଷ୍ଣୁ ପ୍ରିୟା ସୁବୁଦ୍ଧି ଓ ଟ୍ରକ୍ ଚାଳକ ନରସିଂହ ରାଓ ମୃତ୍ୟୁ ବରଣ କରିଥିବାବେଳେ ଭଣଜା ଆଶୁତୋଷ ସୁବୁଦ୍ଧି ଓ ମାମୁଁ ରାମଚନ୍ଦ୍ର ପୃଷ୍ଟି ଗୁରୁତର ଆହତ ହୋଇ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ହେବାପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମ ପୁର ଗକଉଏ କୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *