Pratidin TV

Odisha's Digital News Platform

ମହାପ୍ରଭୁଙ୍କୁ ପୋଡାପିଠା ଭୋଗ ଲାଗି ପାଇଁ ୨ପୂଜକଙ୍କ ମଧ୍ୟରେ ଟଣାଓଟରା

1 min read

ବଡଦାଣ୍ଡ ମା ମାଉସୀମା ମନ୍ଦିର ସମ୍ମୁଖରେ ମହାପ୍ରଭୁଙ୍କୁ ପୋଡାପିଠା ଭୋଗ ଲାଗିପାଇଁ ୨ପୂଜକଙ୍କ ମଧ୍ୟରେ ଟଣାଓଟରା, ପୋଡ଼ପିଠା ଛଡାଇ ନେଲେ ଅନ୍ୟ ଜଣେ ପୂଜକ l ଘଟଣାଟି ଗତକାଲି ସନ୍ଧ୍ୟା ସାଢେ ୬ଟା ବେଳେ ଘଟିଛି l

ମହାପ୍ରଭୁ ବାହୁଡା଼ଯାତ୍ରାରେ ଫେରିଲେ ମା ମାଉସୀମାଙ୍କ ଠାରୁ ପୋଡ଼ପିଠା ଖାଆନ୍ତି l ଏହି ପୋଡ଼ପିଠା ଭୋଗ ଲାଗିକୁ ନେଇ ବିଶ୍ୱନାଥ ମିଶ୍ର ଓ ମନୋରଞ୍ଜନ ମିଶ୍ରଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗିରହିଛି l ପୋଡପିଠା ଲାଗି ନେଇ ପୂର୍ବରୁ ବହୁଥର ଗଣ୍ଡଗୋଳ ଲାଗି ଥାନାକୁ ଯାଇଛି l ଗତକାଲି ମନୋରଞ୍ଜନ ବାହୁଡା଼ରେ ମା ସୁଭଦ୍ରାଙ୍କୁ ପୋଡ଼ପିଠା ଭୋଗ ଲାଗି ପାଇଁ ପ୍ରସ୍ତୁତ ଥିବାବେଳେ ବିଶ୍ୱନାଥଙ୍କ ଲୋକମାନେ ପୂଜା କରିପାରିବୁ ନାହିଁ କହି ଠେଲାପେଲା କରିବା ସହ ହାଣ୍ଡିରୁ ପୋଡ଼ପିଠା ଛଡାଇ ନେଇଥିଲେ l ଏହି ଘଟଣାରେ ମନୋରଞ୍ଜନ କୁମ୍ଭାରପଡା ଥାନାରେ ଅଭିଯୋଗ କରିଛନ୍ତି l ମା ମାଉସୀମା ମନ୍ଦିର ଦାବିଦାର ନେଇ ମନୋରଞ୍ଜନ ଓ ବିଶ୍ୱନାଥଙ୍କ ମଧ୍ୟରେ ପୂର୍ବରୁ ବିବାଦ ରହିଆସିଛି l ମନୋରଞ୍ଜନ ଆଜି ଗଣ୍ଡଗୋଳ ହେବାର ଆଶଙ୍କା କରି ପୂର୍ବରୁ ଏସପି, ସିଟି ଡ଼ିଏସପି ଓ କୁମ୍ଭାରପଡା ଥାନାରେ ଜଣାଇଥିଲେ l

Advertisement

Leave a Reply

Your email address will not be published. Required fields are marked *