Pratidin TV

Odisha's Digital News Platform

ନିଆରା କଳାକାର ବୀର କିଶୋର ; ନାକରୁ ବାହାରୁଛି ନାନା ବାଦ୍ୟଯନ୍ତ୍ରର ସ୍ୱର

1 min read

ଖୋର୍ଦ୍ଧା ; ନାକରୁ ବାହାରୁଚି ବାଦ୍ୟଯନ୍ତ୍ରର ସ୍ୱର । କୌଣସି ବାଦ୍ୟଯନ୍ତ୍ର ନୁହେଁ , ବରଂ ବାଦ୍ୟଯନ୍ତ୍ର ଭଳି ଅବିକଳ ନକଲ କରି ନାକ ଯୋଗେ ବାହାରୁଛି ସଙ୍ଗୀତ । ଆଉ ଏହି କଳା ଏବେ ତାଙ୍କୁ ବିଭିନ୍ନ ସ୍ଥାନରେ ସ୍ଵତନ୍ତ୍ର ପରିଚୟ ଦେଇଛି । ଏଭଳି କିଛି ନିଆରା କରି ଦେଖାଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ ଶିମୋର ପଞ୍ଚାୟତ ଅନ୍ତର୍ଗତ ଗଁପୁର ଗ୍ରାମର ବୀର କିଶୋର ମହାପାତ୍ର । ବୀର କିଶୋର ଜଣେ ପାଲା କଳାକାର । ନିଜ କଳା ପଦର୍ଶନ ପାଇଁ ସେ ରାଜ୍ୟର ବିଭିନ୍ନ ସ୍ଥାନ ଯାଉଥିଲେ । କିନ୍ତୁ ଫୁଲବାଣୀ ଅଂଚଳର ଜଣେ କଳାକାର ଏପରି ନାକରେ ବାଦ୍ୟଯନ୍ତ୍ରର କଳା କାଢୁଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ । ଏବଂ ତାଙ୍କଠାରୁ ଏହି କଳା ଶିକ୍ଷାଲାଭ କରି ବିଭିନ୍ନ ମଞ୍ଚରେ ନିଜ କଳା ପଦର୍ଶନ କରୁଛନ୍ତି । ଏବେ ସ୍ଥାନୀୟ ଅଞ୍ଚଳରେ ନିଜ କଳା ମାଧ୍ୟମରେ ନାକ ଯୋଗେ ଗୀତ ଗାଇ ସେ ଚର୍ଚ୍ଚାକୁ ଆସିଛନ୍ତି ।

ବୀରକିଶୋରଙ୍କ ପରିବାର କହିଲେ ପତ୍ନୀ , ପୁଅବୋହୂ ଓ ନାତି । ବୀର କିଶୋରଙ୍କର ପିଲାଟି ଦିନୁ ଅଭିନୟ ଓ ସଙ୍ଗୀତ ପ୍ରତି ରୁଚି ରହିଥିବାବେଳେ ବିଭିନ୍ନ ଯାତ୍ରାପାର୍ଟିରେ ଡୁଏଟ କରି ଜୀବିକା ନିର୍ବାହ କରିଥାନ୍ତି । ଏହା ବ୍ୟତୀତ ଚାଷ କାମ ଓ ନିଶାରେ ପାଲାରେ ସଙ୍ଗୀତ ପାଳିଆ ଭାବରେ କାର୍ଯ୍ୟ କରି ଆସୁଛନ୍ତି । ତାଙ୍କ ମନରେ ଯେତେ ଦୁଃଖ ଥିଲେ ମଧ୍ୟ ଆଜକୁ ୨୦ ବର୍ଷ ହେବ ସେ ଏହି ସାଧନା ଜାରି ରଖିଥିବା ସେ କହିଛନ୍ତି । ନାକରେ ସଙ୍ଗୀତ ଓ ଅବିକଳ ଗୀଟାର ଧ୍ବନୀ ଦେଇ ଓଡ଼ିଆଙ୍କ ପ୍ରସିଦ୍ଧ ଜଗନ୍ନାଥ ଜଣାଣ ଆହେ ନୀଳ ଶଇଳ,ବାହାରୋ ଫୁଲ ବର୍ଷାଏ ଓ ଅନେକ ଗୀତକୁ ପରିବେଷଣ କରି ସାଧାରଣରେ ପ୍ରଶଂସା ସାଉଁଟୁଛନ୍ତି ।

Advertisement

କିନ୍ତୁ ଏହିଭଳି ବଣମଲ୍ଲି ଭଳି ବଣରେ ରହିଥିବା ଏହି ଅନନ୍ୟ ପ୍ରତିଭାଧାରୀ ବୀରକିଶୋର କଳାକାରଙ୍କ ପାଇଁ ଭତ୍ତାଟିଏ ହୋଇପାରିନି । ଯାହା ତାଙ୍କ ପାଇଁ କ୍ଷୋବ ର ବିଷୟ। ତେଣୁ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *