ମାନବିକତାର ଅନନ୍ୟ ଉଦାହରଣ…ନିଜ ପକେଟରୁ ଟଙ୍କା ଦେଇ ହଜିଲା ପୁଅକୁ ଓଡିଶା ଛାଡିବାକୁ ଆସିଲେ ହରିୟାଣା ଅଜବ ସିଂ
1 min readମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରେ ୧୪ ବର୍ଷ ପରେ ମିଳିଲା ହଜିଲା ପୁଅ l ଘରେ ଖୁସିର ଲହରୀ l ମାନବବାଦୀ ହରିଆଣାର ଲେହେଣ୍ଡଲା ନିବାସୀ ସରପଞ୍ଚ ଅଜବ ସିଂଙ୍କୁ ଜଣାଇଛନ୍ତି ଧନ୍ୟବାଦ lଠାକୁରମୁଣ୍ଡା ନିକଟ ରୁଗୁଡ଼ିବେଡା ଗ୍ରାମର ଅଭିମନ୍ୟୁ ଦାସଙ୍କ ୪୦ବର୍ଷର ପୁଅ ଶ୍ରୀଧର ଦାସମସ୍ତିଷ୍କ ବିକୃତି ଯୋଗୁଁ ୧୪ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିଲେ l ବହୁ ଖୋଜା ଖୋଜି ପରେ ମିଳିନଥିଲା ସନ୍ଧାନ l ଆଶା ଛାଡି ଦେଇଥିଲେ ପରିବାର ଲୋକ l
ଅନ୍ୟପଟେ ଶ୍ରୀଧର ବୁଲି ବୁଲି ଯାଇ ହରିଆଣାରେ ପହଞ୍ଚିଥିଲେ l ପାଗଳ ଅବସ୍ଥାରେ ରାସ୍ତାରେ ଭିକ ମାଗି ବଞ୍ଚୁଥିଲେ l ଅକ୍ଟୋବର ୨୦୨୩ ରେ ସରପଞ୍ଚ ଅଜବ ସିଂଙ୍କ ନଜରରେ ପଡ଼ିଥିଲେ l ଦାଢ଼ି, ଚୁଟି କାଟିବା ସହ ତାକୁ ସଫା କରେଇଥିଲେ l ସବୁ ତଥ୍ୟ ନେଇ ମୟୁରଭଞ୍ଜ ଏସପିଙ୍କୁ ଫୋନ ଯୋଗେ କଥା ହୋଇଥିଲେ l ଏସପି ଠାକୁରମୁଣ୍ଡା ଥାନା ଅଧିକାରୀଣୀ ସାବିତ୍ରୀ ଦଳେଇଙ୍କୁ ଖବର ଦେବା ପରେ ଚି଼ହ୍ନଟ କରାଯାଇ ରୁଗୁଡ଼ିବେଡା ଗ୍ରାମର ଅଭିମନ୍ୟୁ ଦାସଙ୍କ ପୁଅ ବୋଲି ଜଣାପଡିଥିଲା l ୩ ମାସ ପୁର୍ବରୁ ପରିବାର ଲୋକ ଜାଣି ମଧ୍ୟ ସେଠାରୁ ଯାଇ ଆଣିବାକୁ ଆସାମର୍ଥ୍ୟ ପ୍ରକାଶ କରିଥିଲେ l ଫଳରେ ସରପଞ୍ଚ ୨୨ ତାରିଖରେ ନିଜେ ଆଣି ସନ୍ଧ୍ୟାରେ ଠାକୁରମୁଣ୍ଡା ଥାନାରେ ପହଞ୍ଚିଥିଲେ l ଖବର ପାଇ ପରିବାରର ସଦସ୍ୟ ବାପା, ମା, କକା ଆଦି ଆସି ଘରକୁ ନେଇଛନ୍ତି l ଏବେ ଶ୍ରୀଧର ସ୍ୱାଭାବିକ ଥିବା ଜଣାପଡିଛି l ହରିଆଣା ଫରିଦାବାଦ ଜିଲ୍ଲା ଲେହେଣ୍ଡଲା ସରପଞ୍ଚ ଅଜବ ସିଂ ଙ୍କ ମାନବିକତାକୁ ଏବଂ ଠାକୁରମୁଣ୍ଡା ଥାନା ଅଧିକାରୀଣୀ ସାବିତ୍ରୀ ଦଳେଇଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି l