Pratidin TV

Odisha's Digital News Platform

କଶ୍ମୀର ଫାଇଲ୍ସ ନିର୍ମାତାଙ୍କୁ ଖୋଲା ଚ୍ୟାଲେଞ୍ଜ ‘ଯଦି ମର୍ଦ ପୁଅ ତେବେ ବନାଅ ମଣିପୁର ଫାଇଲ୍ସ ’

1 min read

ମୁମ୍ବାଇ : ମଣିପୁର ହିଂସାକୁ ନେଇ ତାତୁଛି ଦେଶ । ଦୁଇ ସମ୍ପ୍ରଦାୟ ମଝିର ଏହି ହିଂସାକାଣ୍ଡକୁ ନେଇ ଜଳୁଛି ମଣିପୁର । ନିକଟରେ ୪ ମେ’ରେ ଘଟିଥିବା ଏକ ଲୋମଟାଙ୍କୁରା ଘଟଣାର ଭିଡିଓ ଭାଇରାଲ ପରେ ଜଳୁଛି ମଣିପୁର । ମଣିପୁରରେ ମେତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ଜାତିଗତ ସଂଘର୍ଷର କରୁଣ ପରିଣତ ଦେଖିବାକୁ ମିଳିଥିଲା । କୁକି ଓ ଜୋ ସଂପ୍ରଦାରୟ ୨ ମହିଳାଙ୍କୁ ମେତେଇ ସମ୍ରଦାୟର ଲୋକମାନେ ରାସ୍ତାରେ ଉଲଗ୍ନ ଚଳାଇବା ସହ ଗଣ ଦୁଷ୍କର୍ମ କରିଥିଲେ । ଏହାର ଭିଡିଓ ଗତ ସପ୍ତାହରେ ଭାଇରାଲ ହେବା ପରେ ପୋଲିସ ପ୍ରଶାସନ ଓ ରାଜ୍ୟ ସରକାର ତତ୍ପରତା ଦେଖାଇ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିଛନ୍ତି ।

ସେହିଭଳି ଅନ୍ୟପଟେ ସମୃକ୍ତ ମାମଲାକୁ ନେଇ ବଲିଉଡ୍‌ରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଏହି ସମୟରେ କଶ୍ମୀର ଫାଇଲ୍ସର ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କୁ ମିଳିଛି ଖୋଲା ଚ୍ୟାଲେଞ୍ଜ । କଶ୍ମୀର ଫାଇଲ୍ସର କାହାଣୀ କୌଣସି କାଳ୍ପନିକ ବା ମନଗଢା କାହାଣୀ ନୁହେଁ । ବରଂ କଶ୍ମୀରରେ ରହୁଥିବା ନିରୀହ ବ୍ରାହ୍ମଣ ପଣ୍ଡିତଙ୍କ ହତ୍ୟା ଓ ନାରୀ ମାନଙ୍କ ସହ ଦୁଷ୍କର୍ମର ଲୋମହର୍ଷଣକାରୀ ସତ୍ୟକଥା । ଏହି ଫିଲ୍ମ ୨୦୨୨ ରେ ଖୁବ୍ ପ୍ରଶଂସିତ ହୋଇଥିଲା ଏବଂ ବ୍ଲକବଷ୍ଟର୍ ହିଟ୍ ହୋଇଥିଲା। ଏହାପରେ ନିର୍ମାତା ନିକଟରେ ତାଙ୍କର ଆଗାମୀ ପ୍ରୋଜେକ୍ଟ ‘କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ୍’ ର ଟ୍ରେଲରକୁ ଉନ୍ମୋଚନ କରିଛନ୍ତି। ଖୁବ୍ ଶୀଘ୍ର ZEE5 ରେ ଏହା ଷ୍ଟ୍ରିମ୍ ହେବ।

ନିକଟରେ ଚଳଚ୍ଚିତ୍ର ନେଇ ନିର୍ମାତା ଅଗ୍ନିହୋତ୍ରୀ ଏକ ପୋଷ୍ଟ ସେୟାର୍ କରିଥିଲେ । ତେବେ ଏହି ପୋଷ୍ଟରେ ଜଣେ ୟୁଜର୍ସ ନିର୍ମାତଙ୍କୁ ଖୋଲା ଖୋଲି ଚ୍ୟାଲେଞ୍ଜ କରିଛନ୍ତି । ସେ କମେଣ୍ଟ ବକ୍ସରେ ଲେଖିଛନ୍ତି ଯେ “ଯଦି ଆପଣ ପ୍ରକୃତରେ ମର୍ଦ ପୁଅ, ତେବେ ମଣିପୁର ଘଟଣାକୁ ନେଇ ଏକ ‘ମଣିପୁର ଫାଇଲ୍ସ‘ ନିର୍ମାଣ କରନ୍ତୁ। ଏହାର ଜବାବରେ ନିର୍ମାତା ବିବେକ ଅଗ୍ନିହୋତ୍ରୀ କହିଛନ୍ତି ଯେ, “କଣ ସବୁ ଫିଲ୍ମ ମୋ ଦ୍ବାରା ବନାଇବ। ତମ ‘ଟିମ୍ ଇଣ୍ଡିଆ’ରେ କଣ ଆଉ କେହି ମର୍ଦ ପୁଅ ନାହାନ୍ତି।” ତେବେ ଏହି ଘଟଣା ପରେ ମଣିପୁରର ଲୋମଟାଙ୍କୁରା ଘଟଣା ଉପରେ ଏକ ଫିଲ୍ମ ଆସିବାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ।

Leave a Reply

Your email address will not be published. Required fields are marked *