Pratidin TV

Odisha's Digital News Platform

ଏହି ସ୍ଥାନକୁ ଛୁଇଁଥାଏ ସୂର୍ଯ୍ୟଙ୍କ ପ୍ରଥମ କିରଣ …

ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ଆମ ପୃଥିବୀ । ଘଞ୍ଚ ଜଙ୍ଗଲ , ସହ କଳ କଳ ନାଦରେ ପ୍ରବାହିତ ହେଉଥିବା ଝରଣା ବାସ୍ତବରେ ଏ ଦୃଶ୍ୟ ଅତ୍ୟନ୍ତ ମନଲୋଭା । ପ୍ରକୃତି ଏବଂ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅନେକଙ୍କୁ ବେଶ ଆକର୍ଷିତ କରିଥାଏ । ଯଦି ଆପଣଙ୍କୁ କୁହାଯାଏ କି ଆପଣ ପ୍ରକୃତି ରୂପରେ ଭଗବାନଙ୍କୁ ଦେଖିପାରିବେ । ତେବେ ଆପଣ କଣ ଏକଥାରେ ବିଶ୍ୱାସ କରିପାରିବେ ? ତେବେ ଏହା ବାସ୍ତବ ସତ୍ୟ ଅଟେ । ଯଦି ଆପଣ ପ୍ରକୃତି ରୂପରେ ଭଗବାନଙ୍କୁ ଏବଂ ଇଶ୍ୱରଙ୍କ ପ୍ରେମକୁ ଦେଖିବାକୁ ଚାହୁଁଥାନ୍ତି ତେବେ ସକାଳର ସେ ପହିଲି କିରଣ ଦେଖିଲେ ଆପଣ ହୁଏତ ବୁଝିପାରିବେ । ଯେତେବେଳେ ସୂର୍ଯ୍ୟଙ୍କର ସେ ପହିଲି କିରଣ ଧରାପୃଷ୍ଠକୁ ସ୍ପର୍ଶ କରେ , ସେତେବେଳେ କେତେ ଯେ ସବୁଜିମା ଖେଳି ଉଠେ । ମନ ଭିତରେ ସୃଷ୍ଟି ହୁଏ ନୂଆ ଆଶା ଉଦ୍ଦୀପନାର ଆଲୋକ । ମନକୁ ଶାନ୍ତି ତଥା ଶରୀର ପ୍ରତି ସତେଜତା ଆପଣ ନିଶ୍ଚୟ ଅନୁଭବ କରିଥିବେ । ସକାଳର ସେ ପହିଲି କିରଣ କାହାକୁ ବା ନ ପସନ୍ଦ ହେଲେ ଆପଣ ଜାଣନ୍ତିକି ଆମ ଦେଶ ଭାରତରେ କେଉଁ ସ୍ଥାନରେ ପ୍ରଥମ ସୂର୍ଯ୍ୟାଦୟ ହୋଇଥାଏ ? ଭାରତର କେଉଁ ସ୍ଥାନ? ଯେଉଁଠାରେ ସୂର୍ଯ୍ୟଙ୍କର କିରଣ ପ୍ରଥମେ ଧାରପୃଷ୍ଠକୁ ସ୍ପର୍ଶ କରିଥାଏ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ । 

ବହୁ ଲୋକ ଜାଣିଥାନ୍ତି ଦେଶରେ ଅରୁଣାଚଳ ପ୍ରଦେଶକୁ ସୂର୍ଯ୍ୟୋଦୟ ଦେଶ କୁହାଯାଏ। କିନ୍ତୁ ଅରୁଣାଚଳ ପ୍ରଦେଶର କେଉଁ ସ୍ଥାନରେ ଭାରତ ପ୍ରଥମ ସୂର୍ଯ୍ୟୋଦୟ ହୁଏ ତାହା ଜାଣିଛନ୍ତି କି? ଯେଉଁଠାରେ ସୂର୍ଯ୍ୟଙ୍କର ପ୍ରଥମ କିରଣ ପଡେ ସେହି ଗାଁର ନାମ ହେଉଛି ଡୋଙ୍ଗ। ଏହି ଗ୍ରାମରେ ପ୍ରଥମେ ସୂର୍ଯ୍ୟୋଦୟ ହୁଅନ୍ତି ଏବଂ ସୂର୍ଯ୍ୟ ପ୍ରଥମେ ଅସ୍ତ ମଧ୍ୟ ହୁଅନ୍ତି। ଦେଶର ବାକି ସ୍ଥାନ ତୁଳନାରେ ଏଠାରେ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି। ଅରୁଣାଚଳ ପ୍ରଦେଶର ଡୋଙ୍ଗ ଉପତ୍ୟକାର ଡୋଙ୍ଗ ଗ୍ରାମ ହେଉଛି ଏକ ଛୋଟ ଗାଁ। ଏଠାରେ ସୂର୍ଯ୍ୟୋଦୟ ସମୟ ସକାଳ ୩ରୁ ୪ଟା ମଧ୍ୟରେ। ଯେତେବେଳେ ଦେଶର ଅନ୍ୟ ଲୋକମାନେ ଶୋଇଥାନ୍ତି, ଏଠାକାର ଲୋକେ ଉଠି ନିଜ କାମ ପାଇଁ ବାହାରିଯାଆନ୍ତି। ଡୋଙ୍ଗ ଗାଁରେ ଚାରିଆଡେ ସବୁଜତାରେ ଭରପୂର। ପର୍ବତ ଉପରେ ଅବସ୍ଥିତ ଏହି ଗାଁର ସୌନ୍ଦର୍ଯ୍ୟ ଦେଖିବାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସନ୍ତି।

ଭାରତ, ଚୀନ ଓ ମିଆଁମାରର ତ୍ରିକୋଣ ଭୂମିରେ ଅବସ୍ଥିତ ରହିଛି ଏହି ଗାଁ। ଡୋଙ୍ଗ ଗ୍ରାମ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ଏହା ପ୍ରାୟ ୧୨୪୦ ମିଟର ଉଚ୍ଚତାରେ ରହିଛି। ଏହି ଗ୍ରାମ ଲୋହିତ ଓ ସତୀ ନଦୀର ମିଳନସ୍ଥଳରେ ଅବସ୍ଥିତ। ସୂର୍ଯ୍ୟଙ୍କର ପ୍ରଥମ କିରଣ ଦେଖିବାକୁ ବହୁ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କର ଭିଡ ଜମେ। ତେବେ 1999 ମସିହା ପୂର୍ବରୁ ଭାରତରେ ଆଣ୍ଡାମାନ କାଟାବାଲ ରେ  ପ୍ରଥମ ସୂର୍ଯ୍ୟକିରଣ ପଡୁଥିବା ଅନୁମାନ କରାଯାଏ  । 1999 ମସିହା ପରଠାରୁ ଏହି ଗ୍ରାମ ବେଶ ପ୍ରସିଦ୍ଧ ଲାଭ କରିଥିଲା  । ଏହି ସ୍ଥାନକୁ ପର୍ଯ୍ୟଟକ ଏବଂ ପ୍ରକୃତି ପ୍ରେମୀଙ୍କ ସଂଖ୍ୟ ବୃଦ୍ଧି ପାଇବାରେ ଲାଗିଛି  । 

Leave a Reply

Your email address will not be published. Required fields are marked *