Pratidin TV

Odisha's Digital News Platform

ସର୍ବ ସାଧାରଣରେ ସ୍ୱାମୀଙ୍କୁ ଅପମାନିତ କଲେ ସ୍ତ୍ରୀଙ୍କୁ ଦିଆଯାଇପାରିବ ଛାଡପତ୍ର…

1 min read

ଯଦି ସ୍ତ୍ରୀ ଜାଣିଶୁଣି ନିଜର ସ୍ୱାମୀକୁ ଅପମାନ କରନ୍ତି । ବା ସର୍ବ ସମ୍ମୁଖରେ ଅସମ୍ମାନ କରନ୍ତି ତେବେ ଏହାକୁ ସହିବାକୁ ସ୍ୱାମୀ ବାଧ୍ୟ ନୁହେଁ । ତାଙ୍କ ସମ୍ମାନକୁ ଆଘାତ ଦେଲା ଭଳି କିଛି କାର୍ଯ୍ୟ କରିବା ଅତ୍ୟଧିକ ନିଷ୍ଠୁର କାର୍ଯ୍ୟ ଅଟେ । ତେଣୁ ଏହି ପରିସ୍ଥିତିରେ ସ୍ୱାମୀ ଚାହିଁଲେ ସ୍ତ୍ରୀକୁ ଦେଇପାରିବେ ଛାଡପତ୍ର । ସ୍ତ୍ରୀଙ୍କ ବ୍ୟବହାରରେ କ୍ରୁରତା କାରଣ ଯୋଗୁଁ ଦମ୍ପତ୍ତିଙ୍କ ଛାଡପତ୍ର ଆବେଦନକୁ ସମର୍ଥନ କରି ଏହାକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ହାଇ କୋର୍ଟ । ମାନ୍ୟବର କୋର୍ଟ କହିଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତିର ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି । ସେମାନଙ୍କ ଉପରେ ବାରମ୍ବାର ଅତ୍ୟାଚାର କରାଯିବା ଉଚିତ ନୁହେଁ ।

ଜଷ୍ଟିସ ସୁରେଶ କୁମାର କୈତ ଏବଂ ନୀନା ବଂସଲ କୃଷ୍ଣଙ୍କ ଏକ ଡିଭିଜନ ବେଞ୍ଚ କହିଛନ୍ତି ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ବିରୋଧରେ କରିଥିବା ବେପରୁଆ, ବଦନାମ ତଥା ଭିତ୍ତିହୀନ ଅଭିଯୋଗ, ଯାହା ତାଙ୍କର ଭାବମୂର୍ତ୍ତିକୁ ସର୍ବସାଧାରଣରେ କ୍ଷୁର୍ଣ୍ଣ କରିବାର ପ୍ରଭାବ ରହିଛି । ଏହା ଅତ୍ୟନ୍ତ ନିଷ୍ଠୁର କାର୍ଯ୍ୟ ଅଟେ । ତେଣୁ ଏପରି ନିର୍ଯାତନା ନସହି ବରଂ ସ୍ୱାମୀ ସ୍ତ୍ରୀକୁ ଛାଡପତ୍ର ଦେଇପାରିବ ବୋଲି କହିଛନ୍ତି । କୋର୍ଟ ଆହୁରୀ ମଧ୍ୟ କହିଛନ୍ତି ବିବାହ ହେଉଛି ବିଶ୍ୱାସ ଏବଂ ସମ୍ମାନ । ଏକ୍ଷେତ୍ରରେ ଜଣେ ଅନ୍ୟ ଜଣଙ୍କ ସହିତ ଏପରି ଆଚରଣ କରିବେ ବୋଲି ଆଶା କରାଯାଇପାରିବ ନାହିଁ । ଯାହା ନିଜ ସାଥୀଙ୍କ ଉପରେ ବିଶ୍ୱାସର ଅଭାବ ଦର୍ଶାଉଛି । ଦୁର୍ଭାଗ୍ୟବଶତଃ, ଏହି ମାମଲାରେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୂ ସର୍ବସାଧାରଣରେ ମାନସିକ ନିର୍ଯାତନା ଦେଉଛନ୍ତି, ଅପମାନିତ କରୁଛନ୍ତି ଏବଂ ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରୁଛନ୍ତି । ଏବଂ ଅନ୍ୟ ମହିଳାଙ୍କ ସହିତ ତାଙ୍କ ସ୍ୱାମୀଙ୍କ ସମ୍ପର୍କ ଥିବା କହୁଛନ୍ତି । ଏହା ଜଣେ ସ୍ୱାମୀଙ୍କ ପ୍ରତି ଅତ୍ୟଧିକ ନିଷ୍ଠୁର କାର୍ଯ୍ୟ । ସ୍ୱାମୀ ଜଣକ ପ୍ରାୟ ୬ ବର୍ଷ ଧରି ସ୍ତ୍ରୀଙ୍କ ନିର୍ଯାତନାର ଶିକାର ହେଉଛନ୍ତି । ଫଳରେ ତାଙ୍କ ମନରେ ମାନସିକ ଯନ୍ତ୍ରଣା ଏବଂ ଆଘାତ ସୃଷ୍ଟି ହେବା ସହିତ ସ୍ୱାମୀ ବେଳେବେଳେ ଆତ୍ମହତ୍ୟା ବିଷୟରେ ଚିନ୍ତା କରୁଛନ୍ତି । ତେଣୁ ଛାଡପତ୍ର ଆବେଦନକୁ ମଞ୍ଜୁର କରାଯାଉଛି ।

Advertisement

Leave a Reply

Your email address will not be published. Required fields are marked *