ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ନାଁରେ ମହିଳା କଲେ ଅସଦାଚରଣ ଅଭିଯୋଗ…
1 min readଗୁରୁବାର ତଥା ମେ ୨ ତାରିଖ ରାତିରେ ପଶ୍ଚିମବଙ୍ଗର ରାଜଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ ପୂର୍ବରୁ ରାଜ୍ୟପାଳ ଡକ୍ଟର ସିଭି ଆନନ୍ଦ ବୋଷଙ୍କ ବିରୋଧରେ ଆସିଛି ଗୁରୁତର ଅଭିଯୋଗ | କୋଲକାତା ପୋଲିସ ଷ୍ଟେସନରେ ଜଣେ ମହିଳା ରାଜ୍ୟପାକଳ ବିରୋଧରେ ଯୌନ ଶୋଷଣ ଆଣିଛନ୍ତି ଅଭିଯୋଗ | ଟିଏମସି ସାଂସଦ ସାଗାରିକା ଘୋଷ ଏହି ଦାବି କରିଛନ୍ତି। ଏହା ପରେ ରାଜ୍ୟପାଳ ବୋଷଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି। ସେ କହିଛନ୍ତି ଯେ ସତ୍ୟ ଜିତିବ।
ରାଜ୍ୟପାଳଙ୍କ ବିରୋଧରେ ଜଣେ ମହିଳାଙ୍କ ପ୍ରତି ଯୋୖନ ନିର୍ଯାତନା ଅଭିଯୋଗ ଆଣିଥିବା ତୃଣମୂଳ କଂଗ୍ରେସ ସାଂସଦ ସାକେଟ ଗୋଖଲେ ଏବଂ ସାଗାରିକା ଘୋଷ ପ୍ରକାଶ କରିଛନ୍ତି। ସେ ଦାବି କରିଛନ୍ତି ଯେ ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ରାଜଭବନ ଯିବାବେଳେ ରାଜ୍ୟପାଳ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ସେହି ଅଭିଯୋଗର ସାଗରିକ ଘୋଷ ଏକ ଭିଡ଼ିଓ ମାଧ୍ୟମରେ ସୋସିଆଲ ମିଡିଆରେ କରିଛନ୍ତି ସେୟାର | ଅଭିଯୋଗ ଅନୁଯାୟୀ, ରାଜଭବନ ଭିତରେ ଏହି ଘଟଣା ଘଟିଛି । ପୀଡିତା ଅଭିଯୋଗ କରିଛନ୍ତି ଯେ ଅନେକ ଥର ତାଙ୍କୁ ଅସଦାଚରଣ କରାଯାଇଛି । ପୁଲିସ ଅଧିକ ତଥ୍ୟ ଦେବାକୁ ମନା କରିଦେଇଛି ।
ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ରାଜ୍ୟପାଳ ଡକ୍ଟର ସିଭି ଆନନ୍ଦ ବୋଷ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟପାଳଙ୍କ ନାମରେ ରାଜ ଭବନ ଦେଇଥିବା ବୟାନରେ ସେ କହିଛନ୍ତି ଯେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପାଇଁ କାର୍ଯ୍ୟ କରୁଥିବା ଜଣେ ମହିଳା ଭିତ୍ତିହୀନ ଅଭିଯୋଗ କରିଛନ୍ତି। ରାଜ୍ୟପାଳ କହିଛନ୍ତି, “ସତ୍ୟ ଜିତିବ। ମୁଁ ମିଛ କାହାଣୀକୁ ଭୟ କରେ ନାହିଁ। ଯଦି କେହି ମୋତେ ବଦନାମ କରି କିଛି ନିର୍ବାଚନ ଲାଭ ଚାହାଁନ୍ତି, ତେବେ ଈଶ୍ୱର ସେମାନଙ୍କୁ ଆଶୀର୍ବାଦ କରନ୍ତୁ, କିନ୍ତୁ ସେମାନେ ପଶ୍ଚିମବଙ୍ଗ ଦୁର୍ନୀତି ଏବଂ ହିଂସା ବିରୋଧରେ ମୋର ସଂଗ୍ରାମ ବନ୍ଦ କରିପାରିବେ ନାହିଁ।