Pratidin TV

Odisha's Digital News Platform

ସ୍ୱାମୀ ଆଉ ପୁଅକୁ ବଞ୍ଚାଇବାକୁ ଯାଇ ଦନ୍ତା ହାବୁଡରେ ପଡିଗଲେ ମହିଳା.. ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ଗ୍ରାମବାସୀ..

1 min read

ଢେଙ୍କାନାଳ: ହାତୀ ମଣିଷ ଲଢେଇ ଥମିବାର ନା ନେଉନି । କେତେବେଳେ ଦନ୍ତାର ଶିକାର ମଣିଷ ହେଉଛି ତ ପୁଣି କେବେ ମଣିଷ ଶିକାରରେ ଦନ୍ତାର ମୃତ୍ୟୁ ହେଉଛି । ପୁଣି ଢେଙ୍କାନାଳ ଜିଲ୍ଲାରେ ହାତୀ ମଣିଷ ଲଢେଇ ଦେଖିବାକୁ ମିଳିଛି । ହିନ୍ଦୋଳରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ଓଡାପଡ଼ା ବ୍ଳକ ଚାଇଁପୁର ଗ୍ରାମରେ ସ୍ୱାମୀ ଓ ପୁଅକୁ ହାତୀ ଆକ୍ରମଣରୁ ବଞ୍ଚାଇବାକୁ ଯାଇ ମହିଳା ଗୁରୁତର ହୋଇଛନ୍ତି । ସୂଚନା ମୁତାବକ ଚାଇଁପୁର ଗ୍ରାମର ମନୋଜ ନାଏକ ଘର ନିକଟକୁ ଶୌଚ ହେବାକୁ ଯାଇଥିବାବେଳେ ଏକ ହାତୀ ତାଙ୍କୁ ଗୋଡାଇଥିଲା । ଜୀବନ ବଞ୍ଚାଇବା ପାଇଁ ସେ ଦୌଡି ଘରକୁ ଚାଲିଆସିଥିଲେ । ହାତୀ ମନୋଜଙ୍କ ପିଛା କରି ଘର ନିକଟ ଚାଲିଆସିଥିଲା ।ଏତିକି ବେଳେ ପୁଅଉପରେ ଦନ୍ତାର ନଜର ପଡିଥିଲା । ଆଉ ଆକ୍ରମଣ କରିବା ସମୟରେ ପତ୍ନୀ ସୁଚିତ୍ରା ନାଏକ ପୁଅକୁ ବଞ୍ଚାଇ ହାତୀ ଆକ୍ରମଣର ଶିକାର ହୋଇଥିଲେ । ମହିଳାଙ୍କଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗ୍ରାମବାସୀଙ୍କ ସହାୟତାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *