ପ୍ରେମ ପାଇଁ ୩୨ବର୍ଷର ପୁଅକୁ ବ୍ରାଜିଲରେ ଛାଡି ଭାରତ ଆସିଲେ ମହିଳା
1 min readପ୍ରେମ ପାଇଁ ନିଜ ଦେଶ ଛାଡି ଭାରତ ଆସିଲେ ମହିଳା | ୩0 ବର୍ଷୀୟ ଯୁବକଙ୍କ ପ୍ରେମରେ ପଡି ସ୍ୱାମୀଙ୍କୁ ଛାଡିଲେ ୫୧ ବର୍ଷୀୟ ମହିଳା | ବ୍ରାଜିଲରେ କାନ୍ଦୁଛି ପୁଅ, ଭାରତରେ ପ୍ରେମ କରୁଛି ମା’ | ପ୍ରେମ ଯେ ମଣିଷକୁ ଅନ୍ଧ କରିଦିଏ ତାହା ସମସ୍ତେ ଜାଣନ୍ତି କଇନ୍ତି ୫୧ ବର୍ଷୀୟ ମହିଳା ଯେତେବେଳେ ପ୍ରେମରେ ପଡିଛନ୍ତି ସେତେବେଳେ ନିଜ ପୁଅ ବୟସର ଯୁବଙ୍କ ସହ ସମ୍ପର୍କ ଗଢିବାକୁ ବ୍ରାଜିଲରେ ନିଜ ସ୍ୱାମୀ ଓ ପୁଅ ଙ୍କୁ ଛାଡି ନିଜ ପ୍ରେମିକଙ୍କ ପାଖକୁ ଧାଇଁ ଆସିଛନ୍ତି ୫୧ ବର୍ଷୀୟ ମହିଳା |
ତେବେ ଛତିଶଗଡର ଯୁବଙ୍କ ପ୍ରେମରେ ଫସି ଯାଇଛନ୍ତି ବ୍ରାଜିଲର ୫୧ ବର୍ଷୀୟ ମହିଳା | ମହିଳା ପ୍ରେମରେ ଏମିତି ପଡି ଯାଇଛନ୍ତି ଯେ ନିଜ ଘର ଓ ସଂସାର ପରିବାରକୁ ଛାଡି ଦେଇଛନ୍ତି । ତେବେ ସବୁଠୁ ବଡ କଥା ହେଉଛି ବ୍ରାଜିଲ ଛାଡି ଭାରତ ଚାଲିଆସିଛନ୍ତି | ତେବେ ମହିଳାଙ୍କ ନାଁ ହେଉଛି ରୋଜି | ରୋଜି ହେଉଛନ୍ତି ବ୍ରାଜିଲ ବାସିନ୍ଦା |
ନିଜ ପ୍ରେମକୁ ସଫଳ କରିବା ପାଇଁ ବିବାହ ବନ୍ଧନରେ ବାନ୍ଧି ହେବାପାଇଁ ସେ ନିଜ ଦେଶକୁ ଛାଡି ଦେଇଛନ୍ତି । ଏହି ପ୍ରେମ କାହାଣୀରେ ବହୁତ ରୋଚକ କଥା ରହିଛି । ତେବେ ବର୍ତମାନ ଛତିଶଗଡ଼ର ପୱନ ଗୋଏଲଙ୍କ ପ୍ରେମରେ ପଡିଯାଇଛନ୍ତି |
ପୱନ କୁଚରେ ସୁରକ୍ଷାକର୍ମୀ ଭାବରେ କାମ କରନ୍ତି । ଏକ ବର୍ଷ ପୂର୍ବରୁ ରୋଜି କୁଚକୁ ବୁଲିବାକୁ ଆସିଥିଲେ । ଏହାପରେ ଦୁହିଁଙ୍କର ଦେଖା ହୋଇଥିଲା । ଏହାପରେ ସେମାନଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ବ୍ରାଜିଲ ଫେରିଗଲା ପରେ ରୋଜି ଓ ପୱନ ସୋସିଆଲ ମିଡିଆ ମାଧ୍ୟମରେ ପରସ୍ପର ସମ୍ପର୍କରେ ଯୋଡି ହୋଇଥିଲେ । ଉଭୟଙ୍କ ଭାଷା ଅଲଗା ଥିଲା । କଥା ହେଉ ହେଉ ଉଭୟଙ୍କ ଭିତରେ ବନ୍ଧୁତା ଗଢି ଉଠିଥିଲା କିନ୍ତୁ ଏହି ଭାଷା କେତେବେଳେ ପ୍ରେମର ଭାଷା ପାଲଟି ଯାଇଥିଲା ତାହା ଜଣା ପଡି ନଥିଲା ।
ତେଣୁ ବ୍ରାଜିଲରେ ସ୍ୱାମୀ ଓ ୩୨ ବର୍ଷୀୟ ପୁଅ ସହ ରହି ଆସୁଥିବା ରୋଜି ୩0 ବର୍ଷର ଯୁବକ ପୱନଙ୍କୁ ଭଲ ପାଇ ବସିଲେ ସେତେବେଳେ ପ୍ରେମରେ ଅନ୍ଧ ହୋଇ ବ୍ରାଜିଲରେ ପୁଅ, ସ୍ୱାମୀଙ୍କୁ ଚଡି ଚାଲି ଆସିଲେ ୫୧ ବର୍ଷୀୟ ମହିଳା |