ସମ୍ପର୍କୀୟ ଘରକୁ ଯିବା ହେଲା କାଳ, ମହିଳାଙ୍କ ହତ୍ୟାକାରୀ ସାଜିଲା ସମ୍ପର୍କୀୟ ଭାଇ…
1 min readସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେବା ହେଲା କାଳ । ପିଶାଚ ପାଲଟିଲା ସମ୍ପର୍କୀୟ ଭାଇ । ଭଉଣୀ ସହ ଘଟାଇଲା ନାରକୀୟ କାଣ୍ଡ । ଟାଙ୍ଗିଆରେ ହାଣି ନିର୍ମମ ଭାବେ କରିଲା ହତ୍ୟା । ହେଲେ କାହିଁକି ଏମିତି ମହିଳାଙ୍କୁ ହତ୍ୟା କରାଯାଇଛି ବୋଲି ତାହାର କାରଣ ଖୋଜୁଛି ପୋଲିସ । ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ହାଟମୁନିଗୁଡା ନିକଟ ରାମକ୍ରୀଷ୍ଣା ମିଶନ ନିକଟରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ କାଣ୍ଡ । ଏକ ଘରେ ଜଣେ ମହିଳାଙ୍କୁ ନିର୍ମମ ଭାବେ କରାଯାଇଛି ହତ୍ୟା । ମୃତକ ଜଣକ ବୁରୁଜୁଗୁଡା ଗ୍ରାମର ନନ୍ଦିନି ନାଏକ ବୋଲି ଜଣାପଡିଛି । ସେ ରାମକ୍ରୀଷ୍ଣା ମିଶନରେ ବଗିଚାକାମ କରି ଚଳନ୍ତି । ଆଉ ଅନେକ ସମୟରେ କାମ ସାରି ସେ ଜଣେ ସମ୍ପର୍କୀୟଙ୍କ ଘରେ ରହିଯାଆନ୍ତି । ହେଲେ ସେହି ସମ୍ପର୍କୀୟଙ୍କ ଘର ହିଁ ତାଙ୍କ ମୃତ୍ୟୁର କାରଣ ପାଲଟିବ ବୋଲି ତାହା କେହି ଜାଣିନଥିଲେ । ସେହିଠାର ହିଁ ତାଙ୍କୁ ହତ୍ୟା କରାଯାଇଛି । ଆଉ ନନ୍ଦିନିଙ୍କୁ ତାଙ୍କର ସମ୍ପର୍କୀୟ ଭାଇ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି । ତେବେ ହତ୍ୟାର କାରଣ ଏଯାବତ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ମୁନିଗୁଡା ପୋଲିସ ପହଞ୍ଚି ତଦନ୍ତ କରୁଛି । ପରେି ସମୟପରେ ସାଇଣ୍ଟିଫିକ୍ ଟିମ ଆସି ଘଟଣାର ଖୋଳତାଡ କରିବ ବୋଲି ଥାନା ଅଧିକାରୀ ସୁଚନା ଦେଇଛନ୍ତି ।