Pratidin TV

Odisha's Digital News Platform

ଯୁବକଙ୍କୁ ମାରି ଫିଙ୍ଗିଥିଲେ , ୫ ଦିନ ପରେ ଡ୍ରେନରୁ ମିଳିଲା ମୃତଦେହ !

1 min read

ଡ୍ରେନ ରୁ ମିଳିଲା ରକ୍ତ ଯୁଡୁବୁଡୁ ଯୁବକଙ୍କ ମୃତ ଦେହ ନାକା ଗେଟ୍ ଚାଳ ସାହିର ଡ୍ରେନରୁ ଉଦ୍ଧାର ହେଲା ଯୁବକଙ୍କ ଗଳିତ ମୃତଦେହ । ମୃତଦେହକୁ ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସ୍ କୁ ଖବର ଦେଇଥିଲେ ।

ପୋଲିସ୍ ପହଞ୍ଚି ମୃତଦେହ କୁ ଜବତ୍ କରି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ମୃତଦେହ ଟି ୫ ଦିନରୁ ଡ୍ରେନରେ ପଡିଥିବା ସନ୍ଦେହ କରାଯାଉଛି । ଯୁବକଙ୍କ ମୃତଦେହ ପଚି ଯାଇଥିବାରୁ ମୃତଦେହ ଟି ର ପରିଚୟ ମିଳିବା କଷ୍ଟକର ହୋଇ ପଡିଛି । ଭରତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Advertisement

କିଏ ଏବଂ କେଉଁ ପରିସ୍ଥିତି ରେ ଯୁବକଙ୍କୁ ହତ୍ୟା କାଲ ତାହା ଜଣା ପଡ଼ିନାହିଁ । ମୁହଁରେ ବେକାରେ ରକ୍ତ ବାହାରୁଥିବାରୁ ଧାରୁଆ ଅସ୍ତ୍ର ରେ ପିଟି ପିଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ମୃତ ଯୁବକଙ୍କ ପାଖରୁ ଏକ ମୋବାଇଲ ଫୋନ ମିଳିଥିବା କହିଛି ପୋଲିସ । ଏହି ମୋବାଇଲ ହିଁ ବର୍ତ୍ତମାନ ଯୁବକଙ୍କ ସହ କଣ ହୋଇଥିଲା ତାହାର କ୍ଲୁ ଖୋଲିପାରିବ ବୋଲି ଅନୁମାନ କରାଯାଉଛିା ଆଉ ଯୁବକଙ୍କର ଏଭଳି ଅବସ୍ଥା କିଏ କରିଛି ତାହା ମଧ୍ୟ ଶୀଘ୍ର ଜଣାପଡିବ ବୋଲି ପୋଲିସ କହିଛି ।

Leave a Reply

Your email address will not be published. Required fields are marked *