ଅଶ୍ଳୀଳ ବ୍ୟବହାରକୁ ପ୍ରତିବାଦ କରିବାରୁ , ଆଦିବାସୀ ଯୁବତୀଙ୍କୁ ବିଷ୍ଠା ଖୁଆଇଦେଲେ ଯୁବକ ।
1 min readବଲାଙ୍ଗୀର ; ବଲାଙ୍ଗୀର ଜିଲ୍ଲାରେ ଏକ ଆଦିବାସୀ ଯୁବତୀଙ୍କୁ ଗାଳିଗୁଲଜ କରି ବିଷ୍ଠା ଆଣି ମୁହଁରେ ଘସିବା ସହ ଖୁଆଇଦେଇଥିବା ନେଇ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପୀଡିତା ପରିବାର ଲୋକେ ମଙ୍ଗଳବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ବଙ୍ଗୋମୁଣ୍ଡା ଥାନା ଜୁରାବନ୍ଧ ଗ୍ରାମର ୨୦ ବର୍ଷର ଆଦିବାସୀ ଯୁବତୀ ଗତ ୧୬ ତାରିଖ ଦିନ ଗାଁର ଏକ ପୋଖରୀରୁ ଅପରାହ୍ନ ୩ ଟା ସମୟରେ ଗାଧୋଇ ସାରି ଘରକୁ ଫେରୁଥିବା ବେଳେ ଜୁରାବନ୍ଧ ଗ୍ରାମର ଅଭୟ ବାଗ ଦଉଡି ଆସି ଛାତିରେ ହାତ ମାରି ତଳେ ପକାଇ ଦେଇଥିଲା । ଯୁବତୀ ଜଣକ ଚିତ୍କାର କରିବା ପରେ ପାଖରେ ଥିବା ଯୁବତୀଙ୍କ ବଡ଼ ମାଁ ଦଉଡି ଆସି ଛଡ଼ାଇବାକୁ ଚେଷ୍ଟା କରିଥିଲେ । ତାଙ୍କୁ ତଣ୍ଟି ଚିପି ଆକ୍ରମଣ କରି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲା ।
ଅଭୟ ବାଗ ହାତରେ ବିଷ୍ଠା ଆଣି ଯୁବତୀ ଙ୍କ ମୁହଁରେ ଘସିଦେଇ ଜୋର ଜବରଦସ୍ତ ଖୁଆଇଦେଲା ବୋଲି ପିଡିତା ଥାନାରେ ଅଭିଯୋଗ କରିଛନ୍ତି । ଘଟଣାର ୪୮ ଘଣ୍ଟା ପରେ ଅଭିଯୁକ୍ତ କୁ ଗିରଫ କରାଯାଇନଥିବାରୁ ଗିରଫ ଦାବିରେ ବଙ୍ଗୋମୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା ।